[sambalpur] - ଘରୋଇକରଣ, ନୂତନ ପେନସନ ନୀତିକୁ ବିରୋଧ

  |   Sambalpurnews

ସଇଁତଲା, ୧୩ା୧୧(ଡି.ଏନ.ଏ.): ପ୍ରତିରକ୍ଷା କ୍ଷେତ୍ରରେ ଘରୋଇକରଣ ଓ ନୂତନ ପେନସନ ନୀତିକୁ ବିରୋଧ କରି ମଙ୍ଗଳବାର ବଲାଙ୍ଗୀର ଜିଲା ସଇଁତଳା ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀମାନେ କଳାବ୍ୟାଜ ପିନ୍ଧି ଡ଼୍ୟୁଟି କରିଥିଲେ। ଦ୍ୱିପ୍ରହର ଭୋଜନ ବର୍ଜନ କରି ପ୍ରତିବାଦ କରିଥିଲେ। ଦେଶର ପ୍ରତିରକ୍ଷା ପାଇଁ ସେନାବାହିନୀକୁ ଆବଶ୍ୟକ ହେଉଥିବା ଗୋଳାବାରୁଦ ସରକାରଙ୍କ ଦ୍ୱାରା ଅବସ୍ଥାପିତ ୪୧ଗୋଟି ଗୋଳାବରୁଦ କାରଖାନା ଯୋଗାଇ ଆସୁଥିଲେ। କେନ୍ଦ୍ର ସରକାର ଗତ ଦୁଇବର୍ଷ ମଧ୍ୟରେ ପ୍ରତିରକ୍ଷା ସାମଗ୍ରୀ ଉପତ୍ାଦନ ପାଇଁ ଘରୋଇ କମ୍ପାନୀଗୁଡ଼ିକୁ ଅନୁମତି ପ୍ରଦାନ କରିବା ଫଳରେ ସରକାରୀ କାରଖାନାଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଆଉ ଅଧିକ କାମ ମିଳିପାରୁନାହିଁ। ଯାହାର ପ୍ରତିବାଦ ଦୀର୍ଘଦିନ ହେଲା ପ୍ରତିରକ୍ଷା ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ କରିଆସୁଛନ୍ତି। ସେହିଭଳି ଗତ ୨୦୦୪ ମସିହା ପରେ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରୀରେ ଯୋଗଦେଲେ ପୂର୍ବପରି ପେନସନ ପାଇବେ ନାହିଁ। ସେଥିପାଇଁ କେନ୍ଦ୍ର ସରକାର ନୂତନ ପେନସନ ନୀତି ଘୋଷଣା କରିଛନ୍ତି। ଏହି ଯୋଜନାରେ ସରକାରୀ କର୍ମଚାରୀମାନେ କ୍ଷତିରେ ପଡ଼ିବେ। କେନ୍ଦ୍ରୀୟ ବେସାମରିକ କର୍ମଚାରୀମାନଙ୍କ ବିଭିନ୍ନ ଶ୍ରମିକ ମହାସଂଗଠନ ତରଫରୁ ଆହୂତ ଏହି ଅଭିନବ ପ୍ରତିବାଦ ସମଗ୍ର ଦେଶରେ ଦେଖାଦେଇଥିଲା । ଏହି ପରିପ୍ରେକ୍ଷୀରେ ବଡ଼ମାଳ ଗୋଳାବାରୁଦ କାରଖାନାର ସମସ୍ତ ଶ୍ରମିକ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ କରିବା ସହ କାରଖାନାରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀ କାରଖାନା ପରିସରରେ ଥିବା କ୍ୟାଣ୍ଟିନକୁ ଖାଇବାକୁ ନ ଯାଇ ଦ୍ୱିପ୍ରହର ଭୋଜନକୁ ବର୍ଜନ କରିଥିଲେ।

ଫୋଟୋ - http://v.duta.us/kpL31gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/HnUUnQAA

📲 Get Sambalpur News on Whatsapp 💬