[sambalpur] - ଟିଟିଲାଗଡ଼ ଜିଲା ଦାବି: ଧାରଣାରେ ବସିଲେ ବିଧାୟିକା

  |   Sambalpurnews

ଟିଟିଲାଗଡ଼, ୧୩।୧୧(ଡି.ଏନ.ଏ.): ଟିଟିଲାଗଡ ଉପଖଣ୍ଡକୁ ଜିଲା ମାନ୍ୟତା ପ୍ରଦାନ ଦାବି ନେଇ ମଙ୍ଗଳବାର ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ ଗଣଧାରଣାରେ ସାମିଲ ହୋଇଛନ୍ତି। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରୁ ବିଧାୟିକାଙ୍କ ନେତୃତ୍ୱରେ ସହସ୍ରାଧିକ ଦଳୀୟ କର୍ମୀ ଏକ ଶୋଭାଯାତ୍ରାରେ ଆସି ଗଣଧାରଣାସ୍ଥଳ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚତ୍ ଥିଲେ। ଜିଲା କ୍ରିୟାନୁଷ୍ଠାନ କମିଟିର ଆବାହକ କୃଷ୍ଣଚନ୍ଦ୍ର ସାହୁ, ମୁଖପାତ୍ର ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢୀ, ମୋହନଲାଲ ଜୈନ, ରଘୁନାଥ ରଥ, ନିହାର ରଞ୍ଜନ ବାବୁ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ଶାସକ ଦଳ ପ୍ରତିନିଧିଙ୍କୁ ଗଣଧାରଣା ମଞ୍ଚରେ ସ୍ବାଗତ କରିଥିଲେ। ପୂର୍ବରୁ ଟିଟିଲାଗଡ କେସିଙ୍ଗା ରାସ୍ତାରେ ତେଲନଦୀ ପୋଲ, ଟିଟିଲାଗଡ ସହରରେ ରେଳଧାରଣା ଉପରେ ଓଭର ବ୍ରିଜ, ଅଣ୍ଡର ବ୍ରିଜ, ମାତୃଶିଶୁ ଡାକ୍ତରଖାନା, ମେଗା ଉଠା ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ପ୍ରକଳ୍ପ ଭଳି ଅନେକ ଜନହିତକର ଯୋଜନା, ଟିଟିଲାଗଡକୁ ପୌରାଞ୍ଚଳ ମାନ୍ୟତା ପ୍ରଦାନ ପ୍ରଭୃତି ମୁଖ୍ୟମନ୍ତ୍ରୀ ସହଅଦୟତାର ସହ ବିଚାର କରିଛନ୍ତି। ଟିଟିଲାଗଡ ଉପଖଣ୍ଡବାସୀଙ୍କ ଦୀର୍ଘ ୨୬ ବର୍ଷ ଧରି ଜାରି ରହିଥିବା ଜିଲା ଦାବିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି ବିଧାୟିକା ସାହୁ ଏହି ଅବସରରେ ତାଙ୍କ ବକ୍ତବ୍ୟରେ କହିଥିଲେ। ଆଜିର ଏହି ଗଣଧାରଣାରେ ଶାସକ ଦଳ ପକ୍ଷରୁ ରାଜ୍ୟ ପରିଷଦ ସଭ୍ୟ ପ୍ରମୋଦ ପ୍ରଧାନ, ପ୍ରେମ ଜୈନ, ପୂର୍ବତନ କାଉନସିଲର ସୁଧିର ମିଶ୍ର, ବ୍ଲକ ସଭାପତି ରଣଜିତ ପୃଷ୍ଟି, ଜିଲା ପରିଷଦ ସଭ୍ୟ ଶଙ୍କର ଛୁରା, ଟିଟିଲାଗଡ ପୌର ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ଉପାଧ୍ୟକ୍ଷା ଅଞ୍ଜଳି ବର୍ମା ତଥା ସମସ୍ତ ପୌର କାଉନସିଲର, ଟିଟିଲାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ଉପାଧ୍ୟକ୍ଷ ଭୋଦର ମାଝୀ, ବିଧାୟିକା ପ୍ରତିନିଧି ଅରୁଣ ମିଶ୍ର, ଚନ୍ଦ୍ରବଦନ ପୁରୋହିତ, ନଗର ସଭାପତି ଜଗଦୀଶ ମହାଲିଙ୍ଗ, ସଇଁନ୍ତଲା ବ୍ଲକ ସଭାପତି ଦିଲିପ ରାଜପାଲିଆ, ପୂର୍ବତନ ଅଧ୍ୟକ୍ଷା ଗିତା ବିଶି, ଉମାଦେବୀ ଅଗ୍ରୱାଲ, ସୁକାନ୍ତି ପାଢୀ, ସଇଁନ୍ତଲା ବ୍ଲକ ସରପଞ୍ଚ ସଂଘ ସଭାପତି ହିମାଞ୍ଚଳ ବୁଡେକ, ସରପଞ୍ଚ ମୁନିରାମ ଖର୍ସେଲ, କପିଲ ଭୋଇ, ମନୋଜ କଠାର, ପୂର୍ଣ୍ଣଚନ୍ଦ୍ର ହିଆଲ, ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜୟ ବେହେରା, ଜିଲା ଛାତ୍ର ସମ୍ପାଦକ ଆଲୋକ ବୁଡେକ ପ୍ରମୁଖ ଗଣଧାରଣାରେ ସାମିଲ ହୋଇଥିଲେ। ଗତ ୧ତାରିଖଠାରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାରି ରହିଥିବା ଗଣଧାରଣାରେ ପୂର୍ବରୁ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ ସାମିଲ ହୋଇଥିବା ବେଳେ ସୋମବାର ପୂର୍ବତନ ଏମ୍‌ପି ଶରତ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂଭୋଇ ସାମିଲ ହୋଇଥିଲେ।

ଫୋଟୋ - http://v.duta.us/apBU2AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/aXIkCwAA

📲 Get Sambalpur News on Whatsapp 💬