[sambalpur] - ତାଳପଦରରେ କରମସାନୀ ମହୋତ୍ସବ

  |   Sambalpurnews

ବିଜେପୁର,୧୩।୧୧(ଡି.ଏନ୍‌.ଏ.)- ବରଗଡ଼ ଜିଲା ବିଜେପୁର ବ୍ଲକ ଅଧୀନ ତାଳପଦରରେ କରମସାନୀ ମହୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମାନ୍ଦଲ, ଗିନିର ତାଳେ ତାଳେ ଏକ ଭବ୍ୟ ଶୋଭାଯାତ୍ରାରେ ଗାଁ ମୁଣ୍ଡରୁ କରମାଡାଳ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ପରେ ରୀତିନୀତି ସହକାରେ ପୂଜାର୍ଚ୍ଚନା କରାଯାଇଥିଲା। ଗଜାନନ ସାହୁ ଏବଂ ତାଙ୍କ ସ୍ତ୍ରୀ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । କବି ରାମ ପ୍ରସାଦ ବାଗ ଯୋଗଦେଇ କରମା କାହାଣୀ ଶୁଣାଇଥିଲେ। ପରେ ବିବେକାନନ୍ଦ ପଧାନଙ୍କ ସଞ୍ଚାଳନରେ ଏକ ସଭା ହୋଇଥିଲା। ପୂର୍ବତନ ବିଧାୟକ ଆଶୋକ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି, ଅବସରପ୍ରାପ୍ତ ଶିକ୍ଷକ କ୍ଷୀରୋଦ ସାହୁ ସମ୍ମାନିତ ଅତିଥି, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ଖଗେଶ୍ୱର ସାହିତ୍ୟ ପ୍ରଚାରକ ଭାବେ ଗୁଣନିଧି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଲୋକନୃତ୍ୟ କରମା ପରିବେଷିତ ହୋଇଥିଲା। ଏଥିରେ ସଂକୀର୍ତ୍ତନ୍ୟ ଭୋଇ, ବାସୁଦେବ ଭୋଇ, ଦେହେରୀ ଭୁଏ, ଶତୃଘ୍ନ ଭୁଏ, ଚିଣ୍ଟୁ ଭୁଏ, ଦୁର୍ବାଦଳ, ସହଦେବ, ଭେଙ୍କଟେସ ପ୍ରମୁଖ କଳାକାର ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଦିଲୀପ ମିଶ୍ର, ବାସୁଦେବ ପଧାନ, ରାଜକିଶୋର ମିଶ୍ର, ଚିତ୍ତରଞ୍ଜନ ପଧାନ, ଗିରିଧର ସାହୁ, ଦେବାନନ୍ଦ ସାହୁ, ରମେଶ ଭୋଇ, କିଶୋର ସାହୁ, ମୁକୁନ୍ଦ ଗଡତିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଫୋଟୋ - http://v.duta.us/v7ZCigAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/jClT7gAA

📲 Get Sambalpur News on Whatsapp 💬