[anugul-dhenkanal] - ବାଲ୍ୟ ବିବାହ ବନ୍ଦ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ

  |   Anugul-Dhenkanalnews

ବଇଣ୍ଡା,୨୬।୧୧(ଡି.ଏନ.ଏ.)- ବର୍ତ୍ତମାନ ଗ୍ରାମାଞ୍ଚଳରେ ୧୮ ବର୍ଷରୁ କମ ନାବାଳିକାମାନଙ୍କୁ ବିବାହ କରି ଦିଆଯାଉଛି। ଘର ସଂସାର କରିବାର ସାମର୍ଥ ନ ଥାଇ ମଧ୍ୟ ସେମାନଙ୍କୁ ବିବାହ କରି ଶାଶୂ ଘରକୁ ପଠାଇ ଦିଆଯାଉଛି। ଫଳରେ ସେମାନେ ନିର୍ଯାତନାର ଶିକାର ହେଉଛନ୍ତି। ତେଣୁ ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ବନ୍ଦ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ସୋମବାର କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ସରଧାମୁଣ୍ଡା ନିକଟରେ ବିଜୁ ଯୁବ ବାହିନୀ ପକ୍ଷରୁ ଅନୁଷ୍ଠିତ ବାଲ୍ୟ ବିବାହ ବନ୍ଦ ସଚେତନତା କାର୍ଯ୍ୟକ୍ରମରେ ଅତିଥିମାନେ ଏହା କହିଛନ୍ତି। ଏହି ଅବସରରେ ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କର୍ମକର୍ତ୍ତାମାନେ ସାମିଲ ହୋଇ ଶୋଭାଯାତ୍ରା ମାଧ୍ୟମରେ ସଚେତନତା କରାଇଥିଲେ। ମୁଖ୍ୟଅତିଥି ଭାବେ ଗ୍ରାମର ସଭାପତି କୁମର ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓ୍ବାର୍ଡମେମ୍ବର ଦେବରାଜ ପ୍ରଧାନ, ପୂର୍ବତନ ସରପଞ୍ଚ ଧୋବେଇ ବେହେରା, ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ପ୍ରଧାନ, ସଦାନନ୍ଦ ପ୍ରଧାନ, ଜଗତମୋହନ ମିଶ୍ର, ମନୋରଞ୍ଜନ ପ୍ରଧାନ, ଶଙ୍କର ଦାସ, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/PxuRqwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/xkHf5wAA

📲 Get Anugul-dhenkanal News on Whatsapp 💬