[anugul-dhenkanal] - ୩୭୯ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା

  |   Anugul-Dhenkanalnews

କଣିହାଁ, ୨୬ା୧୧(ଡି.ଏନ.ଏ.)- କଣିହାଁ ବ୍ଲକ ବଡତ୍ରିବିଡା ହାଇସ୍କୁଲଠାରେ ରବିବାର ଅନୁଗୋଳ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଡା. ଗୋଲେଖ ଚନ୍ଦ୍ର ବେହେରାଙ୍କ ସହ ସହକାରୀ ଡାକ୍ତର, ଫାର୍ମାସିଷ୍ଟ ସ୍ଥାନୀୟ ଅଞ୍ଚଳର ୩୭୯ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଆୟୋଜକ ମଣ୍ଡଳୀ ତରଫରୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶରତ ଚନ୍ଦ୍ର ପ୍ରଧାନ, କଣିହାଁ ଓସିପି ଜିଏମ୍‌ ନାରାୟଣ ଦାସ, ଅନ୍ୟତମ ଅତିଥି ଭାବେ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ହାଡିବନ୍ଧୁ ବିଶ୍ୱାଳ, ଏଲ୍‌. ମାଣିକ ପ୍ରଭା, ଶିବରାମ ଦାସ, କୁଶଧ୍ୱଜ ସାମଲ, ଦିବାକର ସାହୁ ଉପସ୍ଥିତ ଥିଲେ। ଶିଳ୍ପ ବହୁଳ ଅନୁଗୋଳରେ ପ୍ରଦୂଷଣ ମାତ୍ରା ଯୋଗୁ ଲୋକେ ଅଧିକ ରୋଗାଗ୍ରସ୍ତ ହେଉଛନ୍ତି। ତେଣୁ ସେମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

ଫୋଟୋ - http://v.duta.us/xhXUHwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/MpIHcgAA

📲 Get Anugul-dhenkanal News on Whatsapp 💬