[balasore] - ଲେଭଲ କ୍ରସିଂ ଫାଟକ ଦାବି ତେଜିଲା ଆମ୍ବଗଡ଼ିଆ ପଞ୍ଚାୟତବାସୀଙ୍କ ଆନ୍ଦୋଳନ ଚେତାବନୀ

  |   Balasorenews

ରୂପ୍‌ସା, ୨୬।୧୧(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ରୂପ୍‌ସା-ବାଙ୍ଗିରିପୋଷି ରେଳଲାଇନ୍‌ର ଭଗବାନପୁରଠାରେ ଲେଭଲ କ୍ରସିଂ ଫାଟକ ନିର୍ମାଣ ପାଇଁ ଜନସାଧାରଣ ଦାବି କରିଛନ୍ତି। ଏ ସମ୍ପର୍କରେ ଆମ୍ବଗଡ଼ିଆ ପଞ୍ଚାୟତବାସୀ ପ୍ରଧାନମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ, ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ ସମେତ ଜିଲାପାଳ, ଏମ୍‌ପି ଓ ବିଧାୟକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏହାର ପ୍ରତିକାର ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ କରାଯିବ ବୋଲି ଭଗବାନପୁର ବିକାଶ ପରିଷଦର ସଭାପତି ଭଗବାନ ମହାପାତ୍ର, ସରପଞ୍ଚ ସହଦେବ ସିଂ, ଲକ୍ଷ୍ମଣ ସେଠୀ, ମନୋଜ କୁମାର ଦେହୁରୀ, ଚକ୍ରଧର ଆଚାର୍ଯ୍ୟ, ସୁଦର୍ଶନ ମହାପାତ୍ର ଓ ଚନ୍ଦନ ବାସ୍କେ ପ୍ରମୁଖ ଚେତାବନୀ ଦେଇଛନ୍ତି।

ଏହି ରେଳଲାଇନ୍‌ ପାରି ହୋଇ ପଞ୍ଚାୟତ ଅଧୀନ ଭଗବାନପୁର, ଟିକିରାସାହି, ଅଙ୍ଗାରଗଡ଼ିଆ, ଚୁରମରା, ଗୁଆବଣିଆ, ଜରାସାହି ଆଦି ଗ୍ରାମର ଜନସାଧାରଣ ଯା’ଆସ କରିଥାନ୍ତି। ଏଠାରେ ଲେଭଲ କ୍ରସିଂ ଫାଟକ ନ ଥିବାରୁ ଯାତାୟାତରେ ବିପଦ ସୃଷ୍ଟି ହୋଇଛି। ଅଧିକାଂଶ ସମୟରେ ଗ୍ରାମବାସୀ ହଇରାଣ ହରକତ ହେଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଗାଁ ଭିତରକୁ ଆମ୍ବୁଲାନ୍ସ, ଦମକଳ ଗାଡ଼ି ପ୍ରବେଶ କରିପାରୁନାହଁି। ଏହି ପଞ୍ଚାୟତର ଅଧିକାଂଶ ପରିବାର ଅନୁସୂଚିତ ଜାତି ଓ ଉପଜାତି ବର୍ଗର ହୋଇଥିଲେ ହେଁ ଏହି ମୌଳିକ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହଁି। ରେଳଧାରଣା ପାରି ହୋଇ ମହିଳାପୁରୁଷମାନେ ସାଇକେଲ ଓ ବାଇକ୍‌ ଯୋଗେ ବ୍ଳକ, ତହସିଲ, ପଞ୍ଚାୟତ ଅଫିସ, ବ୍ୟାଙ୍କ, ମେଡ଼ିକାଲ, ପୋଷ୍ଟଅଫିସ୍‌, ରେଳଷ୍ଟେଶନ, ବସ୍‌ଷ୍ଟାଣ୍ଡକୁ ଯାଇଥାନ୍ତି। ଏତଦ୍‌ବ୍ୟତୀତ ଛାତ୍ରୀଛାତ୍ରମାନେ ମଧ୍ୟ ବିପଦଜନକ ଭାବେ ସ୍କୁଲ, କଲେଜକୁ ଯା’ଆସ କରିଥାନ୍ତି। ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ତୁରନ୍ତ ଏଠାରେ ଲେଭଲ କ୍ରସିଂ ସ୍ଥାପନ ପାଇଁ ଦାବି ହୋଇଛି।

ଫୋଟୋ - http://v.duta.us/75dcvQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/TwJLGgAA

📲 Get Balasore News on Whatsapp 💬