[balasore] - ୭ରୁ ଓଡ଼ିଶା ୟୁଥ୍‌ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମ: ଗ୍ରାମୀଣ କଳାକାରଙ୍କୁ ମିଳିବ ପ୍ରୋତ୍ସାହନ

  |   Balasorenews

ବାଲେଶ୍ୱର ଅଫିସ, ୨୬।୧୧-ଓଡ଼ିଶା ୟୁଥ୍‌ ଟ୍ୟାଲେଣ୍ଟ ୨୦୧୮ ଆସନ୍ତା ଡିସେମ୍ବର ୭, ୮ ଓ ୯ ତାରିଖରେ ଆୟୋଜନ କରାଯିବ। ଚଳିତବର୍ଷ ଏହି କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁୁ ନେଇ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଗ୍ରାମୀଣ କଳାକାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ ତପତ୍ରତା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରବିବାର ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅନୁଷ୍ଠାନ ସଭାପତି ହରେକୃଷ୍ଣ ଦାସ ସୂଚନା ଦେଇଛନ୍ତି।

୩ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସବ୍‌ଜୁନିୟର ବିଭାଗରେ ଫ୍ୟାନ୍‌ସି ଡ୍ରେସ୍‌, ଆଧୁନିକ ନାଚ, ଚିତ୍ରାଙ୍କନ ତଥା ଶ୍ରୀମତୀ-ଶ୍ରୀଯୁକ୍ତ ଲିଟିଲ୍‌ ମାଷ୍ଟର ଓଡ଼ିଶା-୨୦୧୮ ଟାଇଟଲ୍‌ର ପ୍ରତିଯୋଗିତା ହେବ। ସେହିପରି ଜୁନିୟର ବିଭାଗରେ ଇଣ୍ଡିଆନ୍‌ କ୍ଲାସିକାଲ ଡ୍ୟାନ୍ସ, ଆଧୁନିକ ନାଚ, ସୋଲୋ ସଙ୍ଗୀତ, ଚିତ୍ରାଙ୍କନ ଏବଂ ସିନିୟର ବିଭାଗରେ ଆଧୁନିକ ନାଚ, ସୋଲୋ ସଙ୍ଗୀତ, ରଙ୍ଗୋଲି, ଅନ୍ତାକ୍ଷରୀ, ଶ୍ରୀମତୀ-ଶ୍ରୀଯୁକ୍ତ ଓଡ଼ିଶା-୨୦୧୮ ପ୍ରତିଯୋଗିତା ସହିତ ଗ୍ରୁପ୍‌ ଡ୍ୟାନ୍ସ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌, କଲିକତା ଡ୍ୟାନ୍ସ ଗ୍ରୁପ୍‌, ମମ୍‌ ଡ୍ୟାନ୍ସ, ବିଶେଷ ଆକର୍ଷଣ ବଲିଉଡ଼୍‌ରୁ ବିନୋଦ ରାଠୋର୍‌, ସୌରିନ୍‌ ଭଟ୍ଟ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକାରୀ ସଭାପତି ବେଣୁମାଧବ ପଣ୍ଡା, ଉପସଭାପତି ଶୁଭେନ୍ଦୁ ଦାସ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପଣ୍ଡା, ସଂଘମିତ୍ରା ମହାନ୍ତି, ସମ୍ପାଦକ ଆଶିଷ ସାହୁ, ସହସମ୍ପାଦକ ଅର୍ଦ୍ଧେନ୍ଦୁ ଶେଖର ଦାସ, ସନ୍ତୋଷ ରଞ୍ଜନ ଦେ, ଜ୍ୟୋତିର୍ମୟୀ ସାମଲ, ସଞ୍ଜୀବ ମିଶ୍ର, ପ୍ରକାଶ କିଶୋର ନାୟକ ଓ ଉପାସନା ପାତ୍ର ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/6j8LzAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/tTlKUQAA

📲 Get Balasore News on Whatsapp 💬