[berahampur] - ଜଣେ ହାବିଲ୍‌ଦାର, ୪ କନଷ୍ଟେବଳ ନିଲମ୍ବିତ

  |   Berahampurnews

ବ୍ରହ୍ମପୁର ଅଫିସ,୨୬ା୧୧-ବ୍ରହ୍ମପୁର ବଡ ମେଡିକାଲରୁ ରବିବାର ସକାଳେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଖସି ଯାଇଥିବା ଜଣାପଡିଛି । ସେ ହେଲେ ବାବୁ ନାୟକ (୨୬) । ଘଟଣାକୁ ଚପାଇ ଦିଆଯାଇଥିଲା। ସନ୍ଧ୍ୟାରେ ଏ ସଂକ୍ରାନ୍ତରେ ଗଞ୍ଜାମ ଏସ୍‌ପି ବ୍ରିଜେଶ୍‌ ରାୟ ମୁଦାଲାଙ୍କ ନିକଟରେ ପହରା ଦେଉଥିବା ଜଣେ ହାବିଲଦାର, ୪ କନଷ୍ଟେବଳଙ୍କୁ ନିଲମ୍ବନ କରିବା ପରେ ଏହା ଜଣା ପଡିଥିଲା। ପ୍ରକାଶଯେ, ଭଞ୍ଜନଗର ପୋଲିସ ଦ୍ୱାରା ଗୁଳି ବିନିମୟ ହେବା ପରେ ଚାକୁଣ୍ଡାପଲ୍ଲୀ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ବାବୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଭଞ୍ଜନଗର ସବ୍‌ଜେଲରେ ତାଙ୍କୁ ବିଚାରାଧୀନ କଏଦୀ ଭାବେ ରଖାଯାଇଥିଲା। ସେପ୍ଟେମ୍ବରରେ ସୁଯୋଗ ଉଣ୍ଡି ସେଠାରୁ ଖସି ପଳାଇଥିଲେ। ଏକ ମାସ ପରେ ଭଞ୍ଜନଗରରୁ ସେ ଧରା ପଡିଥିଲେ। ଏକ ବାଇକ୍‌ରେ ବାବୁ ଅନ୍ୟ ୨ ସହଯୋଗୀ କିଛି ଅଘଟଣ ଘଟାଇବା ପାଇଁ ବୋମା ଧରି ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟିଥିଲା। ଏପରିକି ଦୁର୍ଘଟଣାରେ ବୋମା ଫାଟିବାରୁ ବାବୁ ଆହତ ହୋଇଥିଲେ।ସମସ୍ତଙ୍କୁ ପୋଲିସ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲ ଏବଂ ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲା। ସର୍ଜରୀ ବିଭାଗରେ କଡା ସୁରକ୍ଷାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ବାବୁଙ୍କୁ ଜଗିବା ପାଇଁ ୫ ହାବିଲଦାର ଓ କନଷ୍ଟେବଳ ନିୟୋଜିତ ଥିଲେ। ହେଲେ ସେମାନଙ୍କ ଖାମଖିଆଲି ନୀତି ଯୋଗୁ ମେଡିକାଲରୁ ସୁଯୋଗ ଉଣ୍ଡି ସେ ଫେରାର ହୋଇଯାଇଛନ୍ତି ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରି ଥିବା ବେଳେ ବାବୁଙ୍କୁ କାବୁ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ଏସ୍‌ପି ବ୍ରିଜେଶ୍‌ ରାୟ ସୂଚନା ଦେଇଛନ୍ତି ।

ଫୋଟୋ - http://v.duta.us/S3QaegAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Z9rBzQAA

📲 Get Berahampur News on Whatsapp 💬