[berahampur] - ନଦୀରେ ବୁଡ଼ି ୨ ମୃତ

  |   Berahampurnews

ତୁମୁଡିବନ୍ଧ,୨୬ା୧୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ମାଲିପଡା ଗ୍ରାମ ନିକଟ ରାଉଳ ନଦୀରୁ ରବିବାର ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ସିର୍ଲା ପଞ୍ଚାୟତ ବିରିମିଲା ଗ୍ରାମର କବି ମୁଠାମାଝୀ (୪୦) ଓ ପ୍ରମୋଦ ପାଟ୍ଟମାଝୀ (୪୦)। ତୁମୁଡିବନ୍ଧ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ନଂ.୨/୧୮ ଓ ୩/୧୮ରେ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ନଦୀରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ପ୍ରକାଶ ଯେ, ଶୁକ୍ରବାର କବି ଓ ପ୍ରମୋଦ ମାଲିପଡା ଗ୍ରାମକୁ ମୂଲ ଲାଗିବାକୁ ଯାଇ ଆଉ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ରବିବାର ସକାଳୁ ମାଲିପଡା ଗ୍ରାମ ନିକଟ ରାଉଳ ନଦୀରେ କବିଙ୍କ ମୃତଦେହ ଭାସୁଥିବା କେତେଜଣ ଲୋକ ଦେଖିଥିଲେ। ଖବର ପାଇ ବିରିମିଲା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ପ୍ରମୋଦ ମଧ୍ୟ ବୁଡି ଯାଇଥିବା ସନ୍ଦେହ କରି ଲୋକେ ନଦୀରେ ଖୋଜାଖୋଜି କରିବାରୁ ତାଙ୍କ ମୃତଦେହ ମିଳିଥିଲା। ଖବର ପାଇ ପୋଲିସ ପହଞ୍ଚତ୍ଥିଲା। ପ୍ରାଥମିକ ତଦନ୍ତରୁ ନଦୀକୁ ଯିବା ରାସ୍ତା ଖାଲଖମା ଥିବାରୁ ଗୋଡ ଖସିଯିବାରୁ ଗଭୀରେ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଠିକ୍‌ କାରଣ ଜଣାପଡିବ ବୋଲି ଏଏସ୍‌ଆଇ ଯୁଗଳ କିଶୋର ନାୟକ କହିଛନ୍ତି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/L_aTEwAA

📲 Get Berahampur News on Whatsapp 💬