[odisha] - ଖାରବେଳଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ

  |   Odishanews

ରାୟଗଡ଼ା/କଟକ : ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ୭ଦିନିଆ ରିମାଣ୍ଡରେ ନିଆଯିବ। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ସେମାନଙ୍କୁ ପୁଲିସ ଖୋଜିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଆଜି ସଂଧ୍ୟାରେ ରାୟଗଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ଏସପି ରାହୁଲ ପି.ଆର।

ପୂର୍ବତନ ସାଂସଦ ଶ୍ରୀ ସ୍ବାଇଁ ଗତକାଲି କାଶୀପୁର ବ୍ଲକ ଟିକିରିରେ ଭାଗ୍ୟ ପରିବର୍ତ୍ତନ ସଭା କରି କାଶୀପୁର ଯାଇଥିଲେ। ସେଠାରେ ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ଦେଉଥିବା ସମୟରେ ସୁମନ୍ତ ନାୟକ ଏବ˚ କିଛି ସହଯୋଗୀ ଖାରବେଳଙ୍କୁ ମଞ୍ଚରେ ଅତର୍କିତ ଆକ୍ରମଣ କରିଥିଲେ।

ଶ୍ରୀ ସ୍ବାଇଁ କରିଥିବା ଅଭିଯୋଗକୁ ଭିତ୍ତି କରି ସୁମନ୍ତଙ୍କ ସହ ଅନ୍ୟ ଦୁଇ ଜଣଙ୍କ ନାଁରେ ପୁଲିସ ଆଇପିସି ଧାରା ୩୪୧/ ୩୨୩/ ୨୯୪/ ୩୨୫/ ୩୦୭/ ୫୦୬/ ୩୪ ଅନୁଯାୟୀ ମାମଲା ରୁଜୁ କରିଛି। ଗତକାଲି ହିଁ ସୁମନ୍ତଙ୍କୁ ଗିରଫ କରାଯାଇଥିଲା। ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ‌ପୁଲିସ ସନ୍ଧାନ କରୁଛି।...

ଫୋଟୋ - http://v.duta.us/Ws8XbAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/FoG2eAAA

📲 Get Odisha News on Whatsapp 💬