[odisha] - ପାରିବାରିକ କଳହ ଅସହ୍ୟ ହେଲା : ଶିଶୁ କନ୍ୟା ସହ କୂଅକୁ ଡେଇଁପଡ଼ିଲା ମା’

  |   Odishanews

ବଡ଼ମ୍ବା : ପାରିବାରିକ କଳହର କରୁଣ ପରିଣତି। ଦୁଇବର୍ଷର ଶିଶୁ କନ୍ୟା ସହିତ କୂଅକୁ ଡେଇଁପଡ଼ି ଆତ୍ମହତ୍ୟା କଲା ମା’। ଆଜି ଏଭଳି ଏକ ହୃଦୟ ବିଦାରକ ଘଟଣା ବଡ଼ମ୍ବା ଥାନା ଅନ୍ତର୍ଗତ ଦାଶରଥିପୁର ଗ୍ରାମରେ ଦେଖିବାକୁ ମିଳିଛି। ଦମକଳ ବାହିନୀ ଉଭୟ ମା’ ଓ ଶିଶୁ କନ୍ୟାର ମୃତଦେହ କୂଅରୁ ଉଦ୍ଧାର କରିିଥିବା ବେଳେ ଏଭଳି ଘଟଣା ଗ୍ରାମବାସୀଙ୍କୁ ହତବାକ୍‌ କରିଦେଇଛି। ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ଦାଶରଥିପୁର ଗ୍ରାମର ଅଯୋଧ୍ୟା ମୁଦୁଲିଙ୍କ ସହିତ ବେଲିଆପାଳ ଗ୍ରାମର ପ୍ରଫୁଲ୍ଲ ମୁଦୁଲିଙ୍କ ଝିଅ ଅନୁସୟାଙ୍କ ବିବାହ ହୋଇଥିଲା। କିନ୍ତୁ ଅନେକ ସମୟରେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ପୁଲିସ ସୂଚନା ଦେଇଛି। ଏହି କ୍ରମରେ ଆଜି ଉଭୟଙ୍କ ମଧ୍ୟରେ ଝଗଡ଼ା ଚରମ ରୂପ ନେଇଥିଲା। ଏଥିରେ ଅତିଷ୍ଠ ହୋଇ ଅନୁସୟା ଦୁଇ ବର୍ଷର ଝିଅକୁ ଧରି ସଂଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଘରେ ଥିବା କୂଅକୁ ଡେଇଁ ପଡ଼ିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହେଇଯାଇଥିଲା। କୂଅ ଭିତରେ ଉଭୟ ମା’ ଓ ଝିଅର ଜୀବନ ଚାଲି ଯାଇଥିଲା। ଦମକଳ ବାହିନୀ ଉଭୟ ମା’ ଓ ଝିଅ ଶବକୁ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଶବ ଜବତ୍‌ କରି ବଡ଼ମ୍ବା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ଉଭୟଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।...

ଫୋଟୋ - http://v.duta.us/mYrfjgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/8OwsDwAA

📲 Get Odisha News on Whatsapp 💬