[odisha] - ପ୍ରଶାସନର ରାତି ଅଧିଆ ଚଢ଼ଉ : ଛତିଶଗଡ଼ ଚୋରା ଚାଲାଣ ବେଳେ ୪ ଗାଡ଼ି ଧାନ ଜବତ

  |   Odishanews

ଧର୍ମଗଡ଼/କୋକସରା : ଛତିଶଗଡ ରାଜ୍ୟକୁ ଚୋରା ଚାଲାଣ ହେବାକୁ ଥିବା ୪ଟି ଧାନ ବୋଝେଇ ଗାଡ଼ିକୁ ପ୍ରଶାସନ ଜବତ କରିଛି। ଜବତ ଗାଡି ମଧୢରେ ଗୋଟିଏ ୪୦୭ ଓ ୩ଟି ପିକଅପ ଭ୍ୟାନ୍‌ ରହିଛି। ଶନିବାର ବିଳମ୍ବିତ ରାତ୍ରରେ ଉପଜିଲ୍ଲାପାଳ ପଦ୍ମନାଭ ବେହେରାଙ୍କ ନେତୃତ୍ବରେ ଉପଖଣ୍ତ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାସ, ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ଟୁଡୁ, ପ୍ରଶାନ୍ତ ଦାସ, ହରିହର ସାହୁ ପ୍ରମୁଖ ପର୍ଲା-କଦଳୀମୁଣ୍ତା ରାସ୍ତାରେ ଓଡି ୦୮ ଡି ୧୭୬୨ ନମ୍ବର ବିଶିଷ୍ଟ ଏକ ୪୦୭କୁ ଜବତ କରିଥିଲେ। ଏହି ଗାଡିରେ ୮୨ ବ୍ୟାଗ ଧାନ ଥିବା ବେଳେ ଧାନ ଛତିଶଗଡ ରାଜ୍ୟକୁ ଚାଲାଣ ହେଉଥିଲା। ଗାଡିକୁ ଜବତ କରି ପୁଲିସ ହସ୍ତାନ୍ତର ପରେ ତଦନ୍ତ ଆରମ୍ଭ କରାଯାଇଛି ା ରବିବାର ଭୋର ୫ଟାରେ ଧର୍ମଗଡ ନିୟନ୍ତ୍ରିତ ବଜାର କମିଟି ୩ଟି ପିକଅପ ଭ୍ୟାନକୁ ପର୍ଲା ଠାରେ ଜବତ କରିଥିଲା। ଜବତ ଗାଡି ମଧୢରୁ ଓଡି ୦୮ ଜି ୪୭୫୨ ନମ୍ବର ଗାଡ଼ି ବିଜମରାରୁ ଦେଭୋଗକୁ ଧାନ ନେଉଥିଲା। ସେହିପରି ଓଡି ୦୮ ଏ ୧୦୧୭ ନମ୍ବର ଗାଡ଼ି ମାଲପଡାରୁ ଦେଭୋଗ ଓ ଓଡି ୦୮ ଏଚ ୨୦୫୯ ନମ୍ବର ଗାଡ଼ି ସାନଫୁର୍ଲାରୁ ଦେଭୋଗକୁ ଧାନ ଚାଲାଣ କରୁଥିଲା। ଗାଡି ଗୁଡିକୁ ଧର୍ମଗଡ ପୁଲିସକୁ ହସ୍ତାନ୍ତର କରି ପ୍ରଶାସନ ତଦନ୍ତ ଆରମ୍ଭ କରିଥିବା ଉପଖଣ୍ତ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାସ ସୂଚନା ଦେଇଛନ୍ତି।...

ଫୋଟୋ - http://v.duta.us/RnQNZgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/iDf8eAAA

📲 Get Odisha News on Whatsapp 💬