[odisha] - ବନ୍ଧୁକ ବେପାର ଚେର ବିହାରରୁ ଭୁବନେଶ୍ବର : ବର୍ଷକରେ ୧୮ ବନ୍ଧୁକ ଜବତ, ୨୧ ଗିରଫ

  |   Odishanews

ଭୁବନେଶ୍ୱର : ପ୍ରଥମଥର ପାଇଁ ରାଜଧାନୀରେ ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ଥିବା ଜଣେ ବିହାରୀ ଯୁବକକୁ ଗିରଫ କରିଛି କମିସନରେଟ ପୁଲିସର ସ୍ପେସାଲ ସ୍କ୍ବାଡ୍। ବିହାରୀ ଯୁବକ ଜଣକ ରାଜଧାନୀ ସମେତ ଖୋର୍ଧା, ପୁରୀ, ଜଗତସିଂହପୁର ଅପରାଧୀଙ୍କକୁ ମାଳମାଳ ବନ୍ଧୁକ ଓ ଗୁଳି ଯୋଗାଇ ଦେଇଛି। ଏପରିକି ତାରି ବନ୍ଧୁକରେ ପୁରୀ ଓ ଖୋର୍ଧାରେ ଏକାଧିକ ଗୁଳିକାଣ୍ଡ ଘଟିଥିବା ବେଳେ କେତେକଙ୍କ ଜୀବନ ଯାଇଛି ମଧ୍ୟ। ଆଜି ଏଭଳି ଜଣେ ଏଜେଣ୍ଟକୁ ଗିରଫ କରିବା ପରେ ରାଜଧାନୀ ସମେତ ରାଜ୍ୟରେ ଚାଲିଥିବା ବନ୍ଧୁକ କାରବାର ପର୍ଦାଫାସ କରିଛି ସ୍ପେସାଲ ସ୍କ୍ବାଡ। ଏପରିକି ତାକୁ ରିମାଣ୍ଡରେ ପୁଣି ଥରେ ପଚରାଉଚରା କରିବାକୁ ଯୋଜନା ମଧ୍ୟ କରାଯାଇଛି।

ଗିରଫ ହୋଇଥିବା ବନ୍ଧୁକ ବେପାରୀ ହେଉଛି, ବିହାର ବୈଶାଳୀ ଜିଲ୍ଲା ହାଜିପୁର ପୋଖ୍ରାମାଲର ସୁଜିତ କୁମାର ଦାସ(୧୯), ସହଯୋଗୀ ଖୋର୍ଦ୍ଧା ସାମନ୍ତରାପୁର ମଙ୍ଗଳାସାହିର ଅଜିତ ମହାପାତ୍ର ଓରଫ୍‌ ବାପି(୩୨)। ବୁଦ୍ଧନଗର ଅଞ୍ଚଳରେ ସେମାନେ ଏକ ବନ୍ଧୁକ ବିକ୍ରି କରିବା ପାଇଁ ଗ୍ରାହକଙ୍କ ପାଖକୁ ଯାଉଥିବା ବେଳେ ସ୍ପେସାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ଥାନା ପୁଲିସ ସେମାନଙ୍କୁ ଗିରଫ କରିଛି। ତାଙ୍କଠାରୁ ଏକ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରାଯାଇଛି। ତଦନ୍ତ ବେଳେ ଏହି ସବୁ ବନ୍ଧୁକ ସେମାନେ ଦୀର୍ଘ ଦିନ ହେବ ବିହାର ମୁଙ୍ଗେର ଅଞ୍ଚଳରୁ ଆଣି ଏଠାରେ ବିକ୍ରି କରୁଥିଲେ ବୋଲି ପୁଲିସ କହିଛି। ତଦନ୍ତ ବେଳେ ଏହା ମଧ୍ୟ ପଦାକୁ ଆସିଛି କି ବିହାରୀ ବେପାରିର ସହଯୋଗୀ ବାପି ପୂର୍ବରୁ ଦୁଇ ଦୁଇ ଥର ଗୁଳିମାଡ଼ ଘଟଣାରେ ଜେଲ୍‌ ଯାଇ ସାରିଛି। ୨୦୧୭ ମସିହାରେ ଖୋର୍ଦ୍ଧାର ଏକ ଗୁଳିମାଡ଼ ମାମଲାରେ ଓ ୨୦୧୬ ମସିହାରେ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗୁଳିମାଡ଼ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଭା‌େବ ଗିରଫ ହୋଇଥିଲା।...

ଫୋଟୋ - http://v.duta.us/uOvNqwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/NTw9dgAA

📲 Get Odisha News on Whatsapp 💬