[odisha] - ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍‌ ମେଡ଼ିକାଲ କଲେଜ ନିର୍ମାଣରେ ବିଳମ୍ବ : ବିଜେପିରୁ ଦୂରେଇ ଯିବେ ଦିଲୀପ!

  |   Odishanews

ରାଉରକେଲା : ରାଉରକେଲାର ଜୀବନରେଖା ବୋଲି କୁହାଯାଉଥିବା ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ମେଡିକାଲ କଲେଜ ନିର୍ମାଣରେ ଅହେତୁକ ବିଳମ୍ବ ସ୍ଥାନୀୟ ବିଧାୟକ ଦିଲୀପ ରାୟଙ୍କୁ କ୍ଷୁବ୍ଧ କରିଛି। ଆସନ୍ତା ୪/୫ ଦିନ ମଧ୍ୟରେ ଏ ସମ୍ପର୍କିତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ନ ଗଲେ ସେ ବିଜେପିରୁ ଦୂରେଇ ଯିବେ ପରୋକ୍ଷରେ ଧମକାଇଛନ୍ତି। ଏପରିକି ଏହି ଦାବି ହାସଲ ନ ହେଲେ ନଭେମ୍ବର ଶେଷ ଆଡକୁ ଦିଲୀପ ବିଧାୟକ ପଦବିରୁ ମଧ୍ୟ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ ଯେକୌଣସି ସ୍ତରକୁ ଯି‌ବି ବୋଲି ସୂଚାଇ ‌ଶ୍ରୀ ରାୟ ମଧ୍ୟ ଏହି ଚର୍ଚ୍ଚାକୁ ବଳ ଦେଇଛନ୍ତି।

ରାଉରକେଲାରେ ‘କନକ ଟିଭି’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ବିଧାୟକ ଶ୍ରୀ ରାୟ କହିଛନ୍ତି, ରାଉରକେଲା ସହରବାସୀଙ୍କ ଦୁଇଟି ମୁଖ୍ୟ ସମସ୍ୟା ସମାଧାନ ପାଇଁ ସେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚ ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଉନ୍ନତିକରଣ ଦାବି ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଉରକେଲା ଗସ୍ତରେ ଆସିଥିବା ବେଳେ ଏହି ଦୁଇ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଥିଲେ। ଇତିମଧ୍ୟରେ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଲାନାହିଁ। ଏହି ପ୍ରସଙ୍ଗରେ ସେ ବହୁବାର କେନ୍ଦ୍ରମନ୍ତ୍ରୀ, ଦଳୀୟ ପଦାଧିକାରୀ ଓ ବିଭାଗୀୟ ଅଧିକାରୀମାନଙ୍କୁ ଭେଟି ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଦାବି ଉପସ୍ଥାପନ କରିଛନ୍ତି। କିନ୍ତୁ ତାଙ୍କର ଦାବିକୁ ଗୁରୁତ୍ବ ମିଳିନାହିଁ। ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ମେଡିକାଲ କଲେଜ ହେଲେ ସବୁ ଶ୍ରେୟ ତା‌ଙ୍କ ପାଖକୁ ଯିବ ଏବଂ ସେଇ କାରଣରୁ ନିର୍ମାଣ କାର୍ଯ୍ୟ ବିଳମ୍ବ କରାଯାଉଥିବା ପ୍ରଚାର ହେଉଥିବାରୁ ସେ ମର୍ମାହତ।...

ଫୋଟୋ - http://v.duta.us/_KMm4AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/-fHU9QAA

📲 Get Odisha News on Whatsapp 💬