[odisha] - ଲୋକପ୍ରିୟ ହେଉଛି ରେଡିଓ ଚକଲେଟର ‘ଫ୍ୟାମିଲି ନମ୍ବର ୱାନ୍’

  |   Odishanews

ଭୁବନେଶ୍ବର : ୨୧ ନଭେମ୍ବରରୁ ଆରମ୍ଭ ହୋଇଥିବା ରେଡିଓ ଚକଲେଟର ‘ଫ୍ୟାମିଲି ନଂ ୱାନ୍‌’ କାର୍ଯ୍ୟକ୍ରମ ବେଶ୍ ଲୋକପ୍ରିୟ ହେଉଛି। ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମନୋରଂଜନ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ରେଡିଓ ଚକଲେଟର ଆର୍‌ଜେମାନେ ବିଭିନ୍ନ ଆପାର୍ଟମେଣ୍ଟ ଯାଇ ଗୀତ, ନାଚ ଓ ବିଭିନ୍ନ ଗେମ୍ ଶୋ ମାଧ୍ୟମରେ ପ୍ରତିଯୋଗିତା ଅନୁଷ୍ଠିତ କରି, ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ପରିବାରକୁ ବିଜେତା ଘୋଷିତ କରୁଛନ୍ତି। ବିଜେତାଙ୍କୁ ଟ୍ରଫି ଓ ସମସ୍ତ ପ୍ରତିଯୋଗୀ ପରିବାରଙ୍କୁ ଉପହାର ପ୍ରଦାନ କରାଯାଉଛି। ଏହି କ୍ରମରେ ପଟିଆସ୍ଥିତ ବନମାଳୀ ବସେରାର ସୁଧିରକୁମାର ଦଳାଇଙ୍କ ପରିବାର, ଡୁମୁଡୁମାସ୍ଥିତ ପିଡିଏନ ଏକ୍‌‌ଜୋଟିକାର ଶମ୍ଭୁପ୍ରସାଦ ପଟ୍ଟନାୟକଙ୍କ ପରିବାର, ଜିଜିପି କଲୋନିସ୍ଥିତ ବ୍ରାଇଟ୍ ରେସିଡେନ୍ସିିର ସନ୍ତୋଷ ରଥିଙ୍କ ପରିବାର, ନ୍ୟୁ ଏଜି କଲୋନୀରେ ସମିତା ସୁବୁଦ୍ଧିଙ୍କ ପରିବାର, ବମିଖାଲସ୍ଥିତ ମନୋରମା ଆପାର୍ଟମେଣ୍ଟର ସୁରେନ୍ଦ୍ର ଅଗ୍ରୱାଲଙ୍କ ପରିବାର ‘ଫ୍ୟାମିଲି ନଂ ୱାନ୍‌’ ରୂପେ ବିଜେତା ହୋଇଥିଲେ।

ଏହି କାର୍ଯ୍ୟକ୍ରମକୁ ଆର୍‌ଜେ ଅନିଲ, ଆର୍‌ଜେ ନିଲ, ଆର୍‌ଜେ କୋମଲ, ଆର୍‌ଜେ ନିଭି, ଆର୍‌ଜେ କୋୟଲ, ପରିଚାଳନା କରୁଛନ୍ତି। ଏହି କାର୍ଯ୍ୟକ୍ରମର ପ୍ରାୟୋଜକମାନେ ହେଲେ, ହୋମ୍‌ଫିଲ୍ସ ପିଓର ସ୍ପାଇସେସ, ରିତ୍ୱିକା ଗୋଲ୍ଡ, ଶୌକୀନ ମାଟ୍ରେସ, ଗୋଡ୍ରେଜ ଇଂଟେରିଓ, ଅଙ୍କୁର ମାର୍ଟ, ହାଇଟେକ ମେଡିକାଲ କଲେଜ।

ଫୋଟୋ - http://v.duta.us/AXu-1AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/eQ3v8QAA

📲 Get Odisha News on Whatsapp 💬