[rayagada] - ୩୦୦୦ ଫୁଟ ପାହାଡ ଚଢି ଆଦିବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଲେ ସ୍ବାସ୍ଥ୍ୟକର୍ମୀ

  |   Rayagadanews

ମାଲକାନଗିରି, ୨୬।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ସିନ୍ଧ୍ରିମାଳ ଗ୍ରାମ ପଞ୍ଚାୟତ ଗୋଇ ପର୍ବତ ଉପରେ ଥିବା ମେଦିରିଖାଲ ଗ୍ରାମରେ ସ୍ବାସ୍ଥ୍ୟ ସେବା ଯୋଗାଇଛନ୍ତି ସ୍ବାସ୍ଥ୍ୟକର୍ମୀା ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଆଭ୍ୟରୀଣ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଦମନ କାର୍ଯ୍ୟକ୍ରମ ଅନୁଯାୟୀ ବନ୍ଧଗୁଡା ଉପ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ବେବିକୁମାରୀ ନାୟକ, ରମେଶ ସାମନ୍ତ, ସୁପରଭାଇଜର ସୁକାନ୍ତ କାର୍ତାମୀ, ସରପଞ୍ଚ ସମାରୀ ମାଡକାମି, ନାଏବ ସରପଞ୍ଚ ବୁଦୁରା ମାଡକାମି, ସମିତିସଭ୍ୟ ଲୋକନାଥ, ଆଶାକର୍ମୀ ଉର୍ମିଳା ଦଳେଇ, ମୁଡେ ପଡିଆମି ଏବଂ ଅଙ୍ଗନବାଡି କର୍ମୀ ମନା ସୋଡିଗଇ ପର୍ବତର ଅଙ୍କାବଙ୍କା ରାସ୍ତାର ପ୍ରାୟ ୩୦୦୦ ଫୁଟ ଉପରେ ଥିବା ମେଦିରିଖାଲ ଗ୍ରାମକୁ ଯାଇ ଗ୍ରାମର ପୁରୁଷ, ମହିଳା, ଶିଶୁ, ଗର୍ଭବତୀମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତିା ପର୍ବତ ଉପରେ ଥିବା ଏହି ଗ୍ରାମରେ ୧୦ଟି ଆଦିବାସୀ ପରିବାର ବର୍ଷବର୍ଷ ଧରି ବସବାସ କରି ଆସୁଛନ୍ତିା ପର୍ବତ ଉପରେ ଥିବାରୁ ସେମାନେ ସବୁ ସମୟରେ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ଚେରମୁଳି ଓ ଜଡିବୁଟି ବ୍ୟବହାର କରନ୍ତିା କିନ୍ତୁ ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଦମନ କାର୍ଯ୍ୟକ୍ରମ ଅନୁଯାୟୀ ସେହି ଗ୍ରାମରେ ୫୦ଜଣ ଶିଶୁ ମହିଳା ଗର୍ଭବତୀଙ୍କ ମେଲେରିଆ, ହିମୋଗ୍ଲୋବିନ୍‌, ଇମୁନାଇଜେସନ୍‌ (ଗର୍ଭ ନିୟନ୍ତ୍ରଣ) ସେଠାରେ ଥିବା ଚୁଆ ଗୁଡିକର ପାଣି ବିଶୋଧନ, ଗର୍ଭବତୀ ମା’ଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ୧ରୁ ୫ ବର୍ଷ ପିଲାଙ୍କ ଓଜନ ଏବଂ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲୋ ଏହି ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ସରପଞ୍ଚମାନଙ୍କ ଏପରି ଉଦ୍ୟମକୁ ଗ୍ରାମବାସୀ ମାନେ ପ୍ରଶଂସା କରିଛନ୍ତିିା

ଫୋଟୋ - http://v.duta.us/c7bE7AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/97E1nQAA

📲 Get Rayagada News on Whatsapp 💬