[rayagada] - ୪ ବର୍ଷ ହେଲା ମାନ୍ୟତା ପାଇନି ଗୋଟିଏ ବି ପର୍ଯ୍ୟଟନ ସ୍ଥଳ

  |   Rayagadanews

ଜୟପୁର, ୨୬ା୧୧ (ନି.ପ୍ର./ଡି.ଏନ୍‌.ଏ.): ୨୦୧୪ ପରଠାରୁ କୋରାପୁଟ ଜିଲାର କୌଣସି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ମିଳିନାହିଁ। କିନ୍ତୁ ରାଜ୍ୟର ଅନ୍ୟ ୧୨ଟି ଜିଲାର ୨୧ଟି ସ୍ଥାନକୁ ନୂତନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି। ୨୧ଟି ମାନ୍ୟତାପ୍ରାପ୍ତ ସ୍ଥାନ ଭିତରେ ରହିଛି ବଲାଙ୍ଗୀର ଜିଲା ଭୀମଡୁଙ୍ଗୁରି ଓ କୁମୁଡ଼ା ପାହାଡ଼, ବାଲେଶ୍ୱର ଜିଲା ତୁଡ଼ିଗଡ଼ିଆ, ବରଗଡ଼ ଜିଲା ବିନ୍ଧ୍ୟବାସିନୀ ପାହାଡ଼, ଗିରି ଗୋବର୍ଦ୍ଧନ ପୀଠ, ବସେଇକେଲା ଗଡ଼, ଭଦ୍ରକ ଜିଲା ଇରମ୍‌, ଶହୀଦନଗର, ଦେବୀପାଟଣା ଓ ଦେବୀ ବରାହୀ ତଥା ଗୋହିରାଟିକିରି, କଟକ ଜିଲା ବଳଦେବଜୀଉ ଓ ହନୁମାନଜୀଉ, ମା’ ଧାକୁଲେଇ ପୀଠ ଓ ସତ୍ୟଭାମାପୁର, ଢେଙ୍କାନାଳ ଜିଲା ସାପୁଆ, ଜଗତ୍‌ସିଂହପୁର ଜିଲା ଶିଆଳି ବେଳାଭୂମି, କେନ୍ଦ୍ରାପଡ଼ା ଜିଲା ଅନ୍ଧାବର ଓ ଗୋତେଶ୍ୱର ପୀଠ, ମୟୂରଭଞ୍ଜ ଜିଲା ମେରୁମଠ, ଅଳକୁଦର ଓ ସୀତାକୁଣ୍ଡ, ନୟାଗଡ଼ ଜିଲା ଯୋଗୀଯୋଗିଆଣୀ, ପୁରୀ ଜିଲା ମା’ ମଙ୍ଗଳା ମନ୍ଦିର ଓ ସୁନ୍ଦରଗଡ଼ ଜିଲା ଆମ୍‌କୋ ସାମ୍‌କୋ। ଅନ୍ୟପକ୍ଷରେ କୋରାପୁଟ ଜିଲା ୧୧ଟି ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ରାଜ୍ୟପାଣ୍ଠିରୁ ୭ କୋଟି ୫୬ ଲକ୍ଷ ଓ କେନ୍ଦ୍ର ପାଣ୍ଠିରୁ ୨ କୋଟି ୮୭ ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହି ୧୧ଟି ପୀଠ ହେଲା ଅଣ୍ଡିରାମୁଣ୍ଡା, ଚନ୍ଦନପୋଖରୀ, ନନ୍ଦପୁର, ନାକଟିଡଙ୍ଗର, କୋରାପୁଟ ପର୍ଯ୍ୟଟନ କାର୍ଯ୍ୟାଳୟ, ଗୁପ୍ତେଶ୍ୱର ପାନ୍ଥଶାଳା, ରାଣୀଡୁଡୁମା, ପରବ ପଡ଼ିଆ, ଆଦିବାସୀ ଗବେଷଣା କେନ୍ଦ୍ର, ଦେଓମାଳି ଓ ରଥିଭାଳି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/oi0a4wAA

📲 Get Rayagada News on Whatsapp 💬