[upakula-odisha] - କାରଖାନା ମୁଖ୍ୟ ଫାଟକରେ ତାଲା ପକାଇବାକୁ ଚେତାବନୀ

  |   Upakula-Odishanews

ଡୁବୁରୀ, ୨୬ା୧୧(ଡି.ଏନ୍‌.ଏ.)- କଳିଙ୍ଗନଗରର ଏକ ମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନା ପ୍ରତିଷ୍ଠାର ଅନେକ ବର୍ଷ ପରେ ମଧ୍ୟ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇପାରି ନାହଁି। ଏହାର ପ୍ରତିବାଦରେ ବିସ୍ଥାପିତ ପରିବାରମାନେ ଆଗାମୀ ଦିନରେ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବା ସହ ଫାଟକରେ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି। ଏ ନେଇ ରବିବାର ସ୍ଥାନୀୟ ନୂଆଗଁାଠାରେ କମିଟି ସଭାପତି ବେଣୁଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମତ ପ୍ରକାଶ ପାଇଛି। ଦୀର୍ଘ ୨୦ ବର୍ଷ ହେବ କାରଖାନା ଉତ୍ପାଦନ କ୍ଷମ ହୋଇଥିବାବେଳେ ସମସ୍ତ ଜମିହରାଙ୍କୁ ଅଦ୍ୟାବଧି ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯାଇ ନାହଁି। ଚାକିରିରେ ଥାଇ ମୃତ୍ୟୁ ବରଣ କରିଥିବା ପରିବାରକୁ ଉତ୍ତରାଧିକାରୀ ସୂତ୍ରରେ ନିଯୁକ୍ତି ପ୍ରଦାନ, ବିସ୍ଥାପିତ କଲୋନୀବାସୀଙ୍କ ବିଭିନ୍ନ ମୌଳିକ ସୁବିଧା, ବିସ୍ଥାପିତଙ୍କୁ ଘରଡିହ ପଟା ପ୍ରଦାନ କରାଯାଇ ନ ଥିବା ଆଦି ବିଭିନ୍ନ ସମସ୍ୟା ସମାଧାନ ଉପରେ ବୈଠକରେ ଆଲୋଚିତ ହୋଇଯାଇଛି। ଏ ନେଇ ବହୁବାର କାରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହଁି ା ଏହାର ପ୍ରତିବାଦରେ ଆଗାମୀ ଦିନରେ କାରଖାନା ଅଚଳ କରାଯିବାକୁ ନେଇ ବୈଠକରେ ଚେତାବନୀ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାବୁଲି ପୂର୍ତ୍ତୀ, ମହିରାମ ପୂର୍ତ୍ତି, ଉଦୟନାଥ ମାଝି, ଇନ୍ଦ୍ରମଣି ମହାନ୍ତ, ଲକ୍ଷ୍ମଣ ଟୁଡୁ, ସୁଶାନ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ କାରଖାନା କର୍ପୋରେଟ କମ୍ୟୁନିକେଶନର କନିଷ୍ଠ ପରିଚାଳକ ସନ୍ଦୀପ ସେଠୀଙ୍କୁ ପଚାରିବାରୁ ସମସ୍ତ ବିସ୍ଥାପିତଙ୍କୁ କାରଖାନାରେ ଚାକିରି ପ୍ରଦାନ କରାଯାଇଛି। ଏକ ମାତ୍ର ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଚାକିରି କିମ୍ବା ଚାକିରି ବଦଳରେ ଅର୍ଥ ପ୍ରଦାନ କରାଯାଇ ନାହିଁ। ଚାକିରିରେ ଥାଇ ମୃତ୍ୟୁ ବରଣ କରିଥିବା ପରିବାରଙ୍କ ଉତ୍ତରାଧିକାରୀ ସୂତ୍ରରେ ନୀଳାଚଳ ଇସ୍ପାତ କାରଖାନାରେ ୧୭ ଜଣଙ୍କୁ ଚାକିରି ପ୍ରଦାନ କରାଯାଇଛି। ତେବେ ବିସ୍ଥାପିତ କଲୋନୀରେ ରାସ୍ତାଘାଟ ମରାମତି ପାଇଁ କାରଖାନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଥିଲେ। ଫୋଟୋ - http://v.duta.us/J0s6nQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/-b5UbgAA

📲 Get Upakula-odisha News on Whatsapp 💬