[upakula-odisha] - ବଡଶିଲିଙ୍ଗାରେ ପୋଲିସ ଜନସମ୍ପର୍କ ମୈତ୍ରୀ ଉତ୍ସବ

  |   Upakula-Odishanews

ଗଣିଆ,୨୬ା୧୧(ଡି.ଏନ୍‌.ଏ.)- ନୟାଗଡ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ରବିବାର ଗଣିଆ ଥାନା ବଡଶିଲିଙ୍ଗା ପଞ୍ଚାୟତର ଗୋଛାବାରି ଗ୍ରାମଠାରେ ପୋଲିସ ଜନସମ୍ପର୍କ ମୈତ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣ୍ଡପଡା ଏସ୍‌ଡିପିଓ ଶ୍ରୀନିବାସ ମହାନ୍ତି ମୁଖ୍ୟଅତିଥି, ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ ମୁଖ୍ୟବକ୍ତା ଓ ଗଣିଆ ଜିଲାପରିଷଦ ସଭ୍ୟ ମହେଶ୍ୱର ମହାରଣା, ବଡଶିଲିଙ୍ଗା ସରପଞ୍ଚ ପୁଷ୍ପଲତା ନାୟକ, ପୂର୍ବତନ ସରପଞ୍ଚ ତଥା ସାମାଜିକ କର୍ମୀ ପ୍ରଫୁଲ୍ଲ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ଇନ୍ସପେକ୍ଟର ସୂର୍ଯ୍ୟକାନ୍ତ ପୃଷ୍ଟି, ଗଣିଆ ଥାନା ଭାରପ୍ରାପ୍ତ ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଓ ଏଏସ୍‌ଆଇ ଅମୂଲ୍ୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅସାମାଜିକ କାର୍ଯ୍ୟକଳାପରୁ ଦୂରେଇ ରହିବା ସହ ଅଞ୍ଚଳର ଆପରାଧିକ ସମସ୍ୟା ସମ୍ପର୍କରେ ପୋଲିସକୁ ସୂଚନା ଦେଇ ସହଯୋଗ କଲେ ଅପରାଧ ନିୟନ୍ତ୍ରଣ କରାଯାଇପାରିବ। ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏହି ପଞ୍ଚାୟତର ଗୋଛାବାରି ଓ ଢିପିସାହିଠାରେ ଦୁଇଟି ମୋବାଇଲ ଟାୱାର ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏସଡିପିଓ ଏହି ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଏହି ଅବସରରେ ଡାକ୍ତର ଦେବାଶିଷ ଦାଶଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ୨୪୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଓଷଧ ବିତରଣ କରିଥିଲେ ା ବଡଶିଲିଙ୍ଗା, ଗୋଛାବାରି, ଡୁଇସିଂ ଓ କୁଚୁମରା ଆଦି ଗ୍ରାମର ପୁରୁଷ ଓ ମାତୃମଣ୍ଡଳୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ା ପରେ ଏହି ଦଳଗୁଡିକୁ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ପ୍ରଦାନ କରାଯାଇଥିଲା ା ସେହିପରି ଅଞ୍ଚଳର ୮ ଭଲିବଲ୍‌ ଟିମ୍‌ ମଧ୍ୟରେ ପ୍ରତିଯୋଗିତା କରାଯାଇ ଚାମ୍ପିୟନ ବଡଶିଲିଙ୍ଗା ଓ ରନର୍ସ ଅପ ଶଗଡଭଙ୍ଗା ଟିମକୁ ସିଲ୍ଡ ସହ ଭଲିବଲ ଏବଂ ଅନ୍ୟ ଦଳଗୁଡିକୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ବୃଦ୍ଧାବୃଦ୍ଧଙ୍କୁ ଶୀତବସ୍ତ୍ର, ମଶାରି, ଛତା, ଗ୍ରାମ୍ୟ ଗୋଷ୍ଠୀଙ୍କୁ ସୋଲାର ଲାଇଟ୍‌ ଓ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସ୍କୁଲବ୍ୟାଗ ସହ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା ା ପରିଶେଷରେ ଅଞ୍ଚଳର ବୁଦ୍ଧିଜୀବୀ ଓ ଗ୍ରାମ ମୁଖିଆମାନଙ୍କୁ ପୋଲିସ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଞ୍ଚଳର ତିନିଶହରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଯୋଗଦେଇଥିଲେ ା

ଫୋଟୋ - http://v.duta.us/GrsmiAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/58ihNgAA

📲 Get Upakula-odisha News on Whatsapp 💬