[anugul-dhenkanal] - ଆଠମଲ୍ଲିକ ବ୍ଲକରେ ଅଘୋଷିତ ବିଦ୍ୟୁତ୍‌ କାଟ: ଜନ ଅସନ୍ତୋଷ

  |   Anugul-Dhenkanalnews

ବଇଣ୍ଡା,୨।୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାପଘରା, ପାଇକସାହି, କନ୍ତପଡ଼ା, ମଇମୁରା, ଟାପଢୋଲ ଆଦି ପଞ୍ଚାୟତ ଗୁଡ଼ିକରେ ଗତ କିଛି ଦିନ ହେବ ଅଘୋଷିତ ବିଦ୍ୟୁତ୍‌ କାଟ୍‌ କରାଯାଉଛି। ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବଇଣ୍ଡା ଅଞ୍ଚଳରୁ ୧୧ କେଭି ମାଧ୍ୟମରେ ଉକ୍ତ ଅଞ୍ଚଳ ଗୁଡ଼ିକକୁ ବିଦ୍ୟୁତ୍‌ ଯୋଗାଣ ହେଉଥିବାବେଳେ ପ୍ରତିଦିନ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ କରାଯାଉଛି। ବିଶେଷ କରି ଏହି ଅଞ୍ଚଳରେ ଅନେକ ଜଙ୍ଗଲ ଥିବାବେଳେ ଜନ୍ତୁ ଶିକାର ପାଇଁ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରୁ ହୁକ ପକାଇ ଫାଶ ପକାଯାଉଛି। ଏଥିଯୋଗୁ ବିଦ୍ୟୁତ୍‌ ବିଭାଗ ଜାଣିଶୁଣି ବିଦ୍ୟୁତ୍‌ କାଟି ଦେଉଛି ବୋଲି ପାଇକସାହି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଉକ୍ତ ଅଞ୍ଚଳରେ ହୋଇଥିବା ଧାନ ଗଛ ଖାଇବା ପାଇଁ ନିକଟସ୍ଥ ଜଙ୍ଗଲରୁ ହାତୀମାନେ ଆସୁଥିବା ଖବରପାଇ ବିଭାଗ ପକ୍ଷରୁ ବିଦ୍ୟୁତ୍‌ କାଟି ଦିଆଯାଉଛି ବୋଲି ଜଣେ ବିଦ୍ୟୁତ୍‌ ବିଭାଗର କର୍ମଚାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ତୁରନ୍ତ ବିଦ୍ୟୁତ୍‌ ବିଭାଗ ଉକ୍ତ ସମସ୍ୟା ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି। ନଚେତ୍‌ ଆଗାମୀ ଦିନରେ ବଇଣ୍ଡା ସେସୁ କାର୍ଯ୍ୟାଳୟଠାରେ ଆନ୍ଦୋଳନ କରାଯିବ ବୋଲି ସାପଘରା ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଫୋଟୋ - http://v.duta.us/LhxCwwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/gF6kxAAA

📲 Get Anugul-dhenkanal News on Whatsapp 💬