[anugul-dhenkanal] - ସନ୍ଧ୍ୟା ହେଲେ ଏଟିଏମ୍‌ରେ ତାଲା

  |   Anugul-Dhenkanalnews

ପାଲଲହଡ଼ା, ୨ା୧୨(ଡି.ଏନ.ଏ.)- ଗ୍ରାହକଙ୍କୁ ୨୪ ଘଣ୍ଟା ଏଟିଏମ୍‌ ସେବା ଯୋଗାଇବାର ବ୍ୟବସ୍ଥା ବ୍ୟାଙ୍କଗୁଡ଼ିକ ପକ୍ଷରୁ କରାଯାଇଥିଲେ ହେଁ ପାଲଲହଡ଼ା ଉପଖଣ୍ଡରେ ଲୋକେ ଏହି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଟିଏମ୍‌ ସେବା ପାଇଁ ବ୍ୟାଙ୍କଗୁଡିକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଆଦାୟ କରୁଛନ୍ତି। ହେଲେ ଏହି ଅଞ୍ଚଳରେ ସନ୍ଧ୍ୟା ହେବା ମାତ୍ରେ ଏଟିଏମ୍‌ କାଉଣ୍ଟରରେ ତାଲା ପଡିଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଲୋକେ ଟଙ୍କା ଉଠାଣ ପାଇଁ ଅସୁବିଧା ଭୋଗୁଛନ୍ତି। କିଛି ମାସ ହେଲା ଏହି ସମସ୍ୟା ଲାଗି ରହିଥିଲେ ହେଁ ବ୍ୟାଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ନାଗରିକ ମଞ୍ଚ ସଭାପତି ସନ୍ତୋଷ କୁମାର ଦେହୁରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ସିକ୍ୟୁରିଟି ଗାର୍ଡ ନ ଥିବାରୁ ସନ୍ଧ୍ୟା ହେଲେ ଏଟିଏମ୍‌ କାଉଣ୍ଟର ବନ୍ଦ କରି ଦିଆଯାଉଥିବା ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ଫୋଟୋ - http://v.duta.us/LmFAIAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/jUOkDgAA

📲 Get Anugul-dhenkanal News on Whatsapp 💬