[balasore] - ଆଧାର ପାଇଁ ବଢୁଛି ଦୁର୍ଦ୍ଦଶା, ପୋଷ୍ଟଅଫିସ କାର୍ଯ୍ୟାଳୟରେ ଜନତାଙ୍କ ଲମ୍ବାଧାଡ଼ି

  |   Balasorenews

ଭୋଗରାଇ, ୨।୧୨(ଡି.ଏନ.ଏ.)-ଆଧାର ପାଇଁ ଲୋକଙ୍କ ଦୁର୍ଦ୍ଦଶା ବଢୁଛି। ପୂର୍ବରୁ ନୂତନ ଆଧାର କିମ୍ବା ସଂଶୋଧନ ପାଇଁ ବେସରକାରୀ ସଂସ୍ଥାଗୁଡ଼ିକ ବିଭିନ୍ନ ସ୍ଥାନରେ ଜନସେବା କେନ୍ଦ୍ର ଖୋଲି ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ। କିନ୍ତୁ ସରକାର ଗତ ଫେବୃୟାରୀଠାରୁ ଜନସେବା କେନ୍ଦ୍ର ବନ୍ଦ କରିଛନ୍ତି। ପୋଷ୍ଟଅଫିସ୍‌ ଏବଂ ଜାତୀୟକରଣ ବ୍ୟାଙ୍କଗୁଡ଼ିକରେ ସରକାର ବିନା ମୂଲ୍ୟରେ ଆଧାର ଲାଗି ଫଟୋ ଉତ୍ତୋଳନ ଏବଂ ସଂଶୋଧନ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଆଧାର ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସରକାରଙ୍କ ନିର୍ଦ୍ଦେଶନାମା ଗ୍ରାମାଞ୍ଚଳର ବ୍ୟାଙ୍କଗୁଡ଼ିକ ମଧ୍ୟ ମାନୁନାହାନ୍ତି। କେବଳ ପୋଷ୍ଟଅଫିସ୍‌ଗୁଡ଼ିକରେ ଆଧାର ଫଟୋ ଉତ୍ତୋଳନ ଏବଂ ସଂଶୋଧନ ହେଉଛି। ଏଥିପାଇଁ ପୋଷ୍ଟଅଫିସ କାର୍ଯ୍ୟାଳୟରେ ଦୈନିକ ଜନତାଙ୍କ ଲମ୍ବାଧାଡ଼ି ଲାଗିଛି। ପୋଷ୍ଟଅଫିସ୍‌ଗୁଡ଼ିକରେ କର୍ମଚାରୀ ଅଭାବ ସାଙ୍ଗକୁ ଆଧାର ଫଟୋ ଉତ୍ତୋଳନ ଏବଂ ସଂଶୋଧନ ପାଇଁ ପୋଷ୍ଟମାଷ୍ଟର ନାକେଦମ୍‌ ହୋଇପଡ଼ିଥିବା ବେଳେ କାର୍ଯ୍ୟାଳୟରେ ଜରୁରୀ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି।

ଭୋଗରାଇ ଓଡ଼ିଶାର ସର୍ବବୃହତ୍‌ ବ୍ଲକ ହୋଇଥିବା ବେଳେ ଜନସଂଖ୍ୟା ମଧ୍ୟ ସାଢ଼େ ୩ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ଦେହୁର୍ଦ୍ଦା ଏବଂ କମର୍ଦ୍ଦା ସବ୍‌ପୋଷ୍ଟଅଫିସରେ ବହୁ ଦୂରଦୂରାନ୍ତରୁ ଛୁଆ ପିଲା, ବୃଦ୍ଧା ବୃଦ୍ଧ ସକାଳ ୬ଟାରୁ ଆଧାର ପାଇଁ ଲମ୍ବାଧାଡ଼ି ଲଗାଉଛନ୍ତି। ବହୁ ଲୋକ ମଧ୍ୟ ଫଟୋ ଉତ୍ତୋଳନ କରି ନ ପାରି ନିରାଶ ମନରେ ଘରକୁ ଫେରୁଛନ୍ତି। ଭୋଗରାଇରେ ଏହି ଦୁଇଟି ସବ୍‌ପୋଷ୍ଟ ଅଫିସରେ ଫଟୋ ଉତ୍ତୋଳନ ହେଉଥିବା ବେଳେ ବ୍ୟାଙ୍କଗୁଡ଼ିକ ଏଥିନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯାହାକି ସମସ୍ୟାର କାରଣ ହୋଇଛି। ନୂତନ ନିୟମ ଅନୁଯାୟୀ ଆଧାର ନିମନ୍ତେ ଜଣେ ବ୍ୟକ୍ତିଙ୍କୁ ବାସିନ୍ଦା ପ୍ରମାଣପତ୍ର ଦେବାକୁ ପଡିବ। ଫଳରେ ଆଧାର ଲାଗି ଆବେଦନ କରୁଥିବା ଲୋକଙ୍କୁ ବାସିନ୍ଦା ପ୍ରମାଣପତ୍ର ତହସିଲରୁ ଆଣିବା ପାଇ ୩ଶହରୁ ୫ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏଥିପାଇଁ ଗରିବଗୁରୁବା ଲୋକେ ନୟାନ୍ତ ହେଉଛନ୍ତି। ପୋଷ୍ଟ ଅଫିସ୍‌ରେ ମଧ୍ୟ ଆଧାର ସମାଧାନ ପାଇଁ ୨୫ଟଙ୍କା ଏବଂ ଜିଏସ୍‌ଟି ପାଇଁ ୫ଟଙ୍କା ଦେବାକୁ ପଡୁଛି। ଦେହୁର୍ଦ୍ଦା ସବ୍‌ପୋଷ୍ଟ ଅଫିସ୍‌ରେ ୨ଜଣ କ୍ଲର୍କ ଏବଂ ଜଣେ ପୋଷ୍ଟମାଷ୍ଟର କାର୍ଯ୍ୟ ତୁଲାଉଥିବାରୁ ନାନା ସମସ୍ୟା ଦେଖାଦେଉଛି ବୋଲି ପୋଷ୍ଟମାଷ୍ଟର ପ୍ରିୟବ୍ରତ ମହାପାତ୍ର ପ୍ରକାଶ କରିଛନ୍ତି। ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ନିରଞ୍ଜନ ମହାପାତ୍ର ଆଧାର ନିମନ୍ତେ ଆମକୁ କୌଣସି ନିର୍ଦ୍ଦେଶ ନାମା ଆସି ନ ଥିବାର କହିଛନ୍ତି।

ଫୋଟୋ - http://v.duta.us/1hDB4AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/nihRnAAA

📲 Get Balasore News on Whatsapp 💬