[balasore] - ପ୍ରତିଭା ପ୍ରତିଯୋଗିତା: ନୃତ୍ୟଗୀତରେ ଦୁଲୁକିଲା ଖଇରା ହାଇସ୍କୁଲ କ୍ୟାମ୍ପସ

  |   Balasorenews

ଖଇରା, ୨।୧୨(ଡି.ଏନ.ଏ.)-ଖଇରା ବ୍ଲକର ଅଗ୍ରଣୀ ପୂଜ୍ୟପୂଜା ସଙ୍ଗଠନ ପ୍ରତିଭା ପରିବାର ଆନୁକୂଲ୍ୟରେ ଖଇରା ଜୋନସ୍ତରୀୟ ନୃତ୍ୟ, ଗୀତ, ଓଡିଆ ପ୍ରବନ୍ଧ, କୁଇଜ, ବକ୍ତୃତା ଓ ଚିତାଙ୍କନ ପ୍ରତିଯୋଗିତା ଶନିବାର ସ୍ଥାନୀୟ ଖଇରା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ସୁଜାତା ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦଘାଟନ କରିଥିଲେ । ସଭାପତି ଚିନ୍ତାମଣି ସାହାଣି ଆଗାମୀ ୧୬ତାରିଖରେ ଖଇରା କଲେଜରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକସ୍ତରୀୟ ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ। ସେହିଭଳି ସମ୍ପାଦକ ପ୍ରଫେସର ଉମେଶ ନାୟକ ମୁଖପତ୍ର ପ୍ରତିଭା ପାଇଁ ୫ତାରିଖ ସୁଦ୍ଧା ଲେଖା ପଠାଇବା ସଂକ୍ରାନ୍ତରେ ସୂଚନା ଦେଇଥିଲେ। ପରେ ଜୋନସ୍ତରୀୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଥିଲା। ଏଥିମଧ୍ୟରେ ସାଇସ୍ମିତା ପୃଷ୍ଟି, ଚିନ୍ମୟୀ ନାୟକ, ସୌମ୍ୟସିଦ୍ଧାର୍ଥ ଗାହାଣ, ବର୍ଷା ପ୍ରିୟଦର୍ଶନୀ ବେହେରା, ଶୁଭଲକ୍ଷ୍ମୀ ସାହୁ, ସୁଶ୍ରୀ ବବିତା ଗୁପ୍ତା, ସୁଶ୍ରୀ ସଙ୍ଗୀତା ପଣ୍ଡା, ପ୍ରିୟାଂଶୀ ମହାପାତ୍ର, ଗୌରୀ ପ୍ରସାଦ ପାଣି, ଶୁଭଶ୍ରୀ ଲେଙ୍କା, ପ୍ରିୟବ୍ରତ ଜେନା, ତୁଳସୀ ତିରିଆ, ଜ୍ଞାନରଞ୍ଜନ ଲେଙ୍କା, କ୍ଷିରାବ୍ଧୀତନୟା ପେଡା, ସରଗମ ସତ୍ୟବ୍ରତ ସାହୁ, ଗାୟତ୍ରୀ କଳାପାହାଡ, ଶ୍ରେୟାଂଶୀ ବାରିକ ପ୍ରମୁଖ ବ୍ଲକସ୍ତରକୁ ମନାନୀତ ହୋଇଥିଲେ। ପ୍ରତିଭା ପରିବାରର ସମସ୍ତ ସଦସ୍ୟ ତଥା ଖଇରା ହାଇସ୍କୁଲର ସମସ୍ତ ଷ୍ଟାଫ୍‌ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

ଫୋଟୋ - http://v.duta.us/kLfwhwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/8DRQSwAA

📲 Get Balasore News on Whatsapp 💬