[balasore] - ବିଦ୍ୟୁତ୍‌ ଆଇନ୍‌ ସମ୍ପର୍କରେ ସମୀକ୍ଷା

  |   Balasorenews

ସିମୁଳିଆ, ୨।୧୨(ଡି.ଏନ.ଏ.)-ଉପଭୋକ୍ତାମାନଙ୍କ ମଧ୍ୟରେ ବିଦ୍ୟୁତ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରବିବାର ସିମୁଳିଆ ବ୍ଲକ ଅଧୀନ ଅସ୍ତିଆ ଅଞ୍ଚଳରେ ବିଦ୍ୟୁତ୍‌ ଆଇନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ, ବାସୁଦେବପୁର, ପୀରହାଟ, ବାଲେଶ୍ୱର, ଭୋଗରାଇ ଆଦି ଅଞ୍ଚଳରୁ ଆଇନ ସଚେତକମାନେ ଯୋଗଦେଇଥିଲେ। ବିତର୍କ ମାଧ୍ୟମରେ ବିଦ୍ୟୁତ ଆଇନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ପ୍ରାକ୍ତନ ଶିକ୍ଷକ ନିର୍ମଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ସୋର ଅଞ୍ଚଳର ଆଇନ ସଚେତକ ବିଜୟ କୁମାର କର ନେସ୍କୋ, ପ୍ରଶାନ୍ତ କୁମାର ପଣ୍ଡା ଓଇଆର୍‌ସି, ବାଲେଶ୍ୱର ଅଞ୍ଚଳର ରାମେଶ୍ୱର ପଣ୍ଡା ଓ ସିମୁଳିଆର ସୁଧାକର ଦାଶ ଓଡ଼ିଶା ସରକାର ରୂପେ ବିତର୍କରେ ଭାଗନେଇ ଉପଭୋକ୍ତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଆଇନ ସଚେତକ ନୀଳାମ୍ବର ମିଶ୍ର, ଭାଗିରଥି ବାରିକ, ଉତ୍ତମ କୁମାର ପାଣିଗ୍ରାହୀ, ଗୋପାଳ ମହଲା ପ୍ରମୁଖ ଯୋଗଦେଇଥିଲେ। ସୂଚନାଯୋଗ୍ୟ, କଟକ ହାଇକୋର୍ଟର ବରିଷ୍ଠ ଆଇନ୍‌ଜୀବୀ ତଥା ସାମାଜିକ କର୍ମୀ ସ୍ବର୍ଗତଃ କେଦାରନାଥ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ଅଞ୍ଚଳର ଗୋପବନ୍ଧୁ ଖାଉଟି ସଙ୍ଗଠନ, ବୀଣାପାଣି ଖାଉଟି ସଙ୍ଗଠନ ଓ ଉପଭୋକ୍ତା ମହାସଂଘ ଆନୁକୂଲ୍ୟରେ ପ୍ରତ୍ୟେକ ମାସ ପ୍ରଥମ ରବିବାରରେ ବିଭିନ୍ନ ଅଞ୍ଚଳରେ ସଚେତନାମତ୍କ କାର୍ଯ୍ୟକ୍ରମ ପରିଚାଳିତ ହେଉଛି ା

ଫୋଟୋ - http://v.duta.us/J7G52wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ByEAJgAA

📲 Get Balasore News on Whatsapp 💬