[balasore] - ଲକ୍ଷ୍ମୀନାରାୟଣ କ୍ରିକେଟ: ଓମ୍‌ ସାଇ ଟିମ୍‌ ବିଜୟୀ

  |   Balasorenews

ଧାମନଗର, ୨।୧୨ (ଡି.ଏନ.ଏ.)- ଧାମନଗର ବ୍ଲକ ନନ୍ଦିପୁର ଖେଳପଡ଼ିଆରେ ଜିଲାସ୍ତରୀୟ ଲକ୍ଷ୍ମୀନାରାୟଣ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଧାମନଗର ଥାନା ଆଇଆଇସି ବନ୍ଦନା ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଧାମନଗର ପ୍ରେସ୍‌ କ୍ଲବ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଧାମନଗରର ଓମ୍‌ ସାଇ କ୍ରିକେଟ ଟିମ୍‌ ଏବଂ ଇଲେଭେନ ଷ୍ଟାର ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଓମ୍‌ ସାଇ ଟିମ୍‌ ନିର୍ଦ୍ଧାରିତ ୨୦ ଓଭର ଖେଳରେ ବ୍ୟାଟିଂ କରି ୮ ଉଇକେଟ ହରାଇ ୧୧୧ରନ୍‌ ସଂଗ୍ରହ କରିଥିଲା। ଇଲେଭେନ ଷ୍ଟାର ୧୮.୫ ବଲ୍‌ରେ ସମସ୍ତ ଉଇକେଟ ହରାଇ ୧୦୭ ରନ୍‌ ସଂଗ୍ରହ କରିଥିଲା। ଓମ୍‌ ସାଇ ଟିମ୍‌କୁ ବିଜେତା ଘୋଷଣା କରାଯାଇଥିଲା। ଶିବଶଙ୍କର ସାହୁଙ୍କୁ ‘ମ୍ୟାନ ଅଫ୍‌ ଦ ମ୍ୟାଚ୍‌’ ଘୋଷଣା କରାଯାଇଥିଲା। ଅମ୍ପାୟାର ଭାବେ ଜ୍ୟୋତିପ୍ରକାଶ ସାମଲ ଏବଂ ଶୁଭାଶିଷ ନାୟକ, ରେଫରୀ ଭାବେ ସତ୍ୟବ୍ରତ ସାମଲ, ସ୍କୋରର ଦାୟିତ୍ୱ ତୁଲାଇଥିଲେ ଆଶିଷ ନାୟକ ଓ ଶୁଭ୍ରାକାଶ ନାୟକ। ଅନିଲ କୁମାର ସାମଲ ଧାରା ବିବରଣୀ ପ୍ରଦାନ କରିଥିଲେ।

ଫୋଟୋ - http://v.duta.us/HTzn5AAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/aT0B8QAA

📲 Get Balasore News on Whatsapp 💬