[rayagada] - ଭିନ୍ନ ଏକ ରେବତୀ ନାଟକରେ ଶିକ୍ଷା ଜରୁରୀର ଦୃଷ୍ଟାନ୍ତ

  |   Rayagadanews

ନବରଙ୍ଗପୁର,୨।୧୨(ଡି.ଏନ.ଏ.)-ନବରଙ୍ଗପୁର ଜିଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ମଣ୍ଡେଇ ନାଟକ ମହୋତ୍ସବରେ ଉମରକୋଟ ବ୍ଲକର ଭାରତୀ କଳା ନିକେତନ ପକ୍ଷରୁ ‘କଂସ’ ଓ କୋଷାଗୁମୁଡା ବ୍ଲକର ‘ଭିନ୍ନ ଏକ ରେବତୀ’ ନାଟକ ମଞ୍ଚସ୍ଥ ହୋଇଥିଲା । କଂସ ନାଟକରେ ଦୈନିକ ଖବରକାଗଜ ପଢିପଢି ସମାଜ ଉପରେ ଆତଙ୍କିତ ହୋଇପଡିବା ଜଣେ ମଣିଷର ମନସ୍ତାତିକ ବିଶ୍ଳେଷଣ । ନାରୀ ପ୍ରତି ହେଉଥିବା ଅନ୍ୟାୟ, ଅଧର୍ମ କଥା ଚିନ୍ତାକରି ମାନସିକ ଭାରସାସ୍ୟ ହରାଇଥିବା ଜଣେ ବ୍ୟକ୍ତିର ନିଛକ ଜୀବନ ଚିତ୍ର ଉପରେ ଆଧାରିତ ଥିଲା । କଂସ ନାଟକର ନାଟ୍ୟକାର ଅଧ୍ୟାପକ ଗୋପାଳ ମହାରଣା ରହିଥିବା ବେଳେ ନିର୍ଦ୍ଦେଶନା ଅଧ୍ୟାପିକା ମଧୁସ୍ମିତା ମହାରଣା, ସଙ୍ଗୀତ ନିର୍ଦ୍ଦେଶନା ଏମ. ମାଧବ ପାତ୍ର ଦେଇଥିବା ବେଳେ ୫ ଜଣ କଳାକାର ଅଭିନୟ କରିଥିଲେ। ସେହିପରି ଭିନ୍ନ ଏକ ରେବତୀ ନାଟକରେ ଜଣେ ଆଦିବାସୀ ଶିକ୍ଷାର ଅଭାବରୁ ବିଭିନ୍ନ କ୍ଷେତ୍ରରେ କରଜ କରିବା, ସୁଧ ନେବା, ବ୍ୟବସାୟୀ ନିକଟରେ ଠକାମିର ଶିକାର ହେବା ଭଳି ଅନେକ ଦୃଷ୍ଟାନ୍ତ ରହିଛି । ଜଣେ ସରଳ ବିଶ୍ୱାସୀ ମଣିଷ ଏହି ଭଳି ଅସୁବିଧାର ସମ୍ମୁଖିନ ହେବା ପଛରେ ରହିଥିବା ମୂଳ କାରଣ ଶିକ୍ଷାର ଅଭାବ । ସେ ଯୁଗର ଫକୀର ମୋହନଙ୍କ ରଚିତ ରେବତୀ ଭଳି ଏ ଯୁଗର ଜଣେ ରେବତୀର ଶିକ୍ଷା କିଭଳି ସବୁ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଛି , ଏହା ହିଁ ଭିନ୍ନ ଏକ ରେବତୀର ବିଷୟବସ୍ତୁ ଥିଲା । ୧୦ ଜଣ କଳାକାର ଏଥିରେ ଅଂଶଗ୍ରହଣ କରିଥିଲେ । ନାଟ୍ୟକାର ଭାବେ ଅନିଲ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ ସରୋଜ କୁମାର ତ୍ରିପାଠୀ, ସଙ୍ଗୀତ ନିର୍ଦ୍ଦେଶନା ଭୁବନାନ୍ଦ ଜେନା ଓ ବାଦ୍ୟଯନ୍ତ୍ରରେ ସରୋଜ, ଓ ଭୂବନାନନ୍ଦ ରହିଥିଲେ । ମଞ୍ଚ ନାଟକ ପ୍ରତିଯୋଗୀତାରେ ବିଚାରକ ଭାବେ ଆକାଶବାଣୀ ଜୟପୁର ଦ୍ୱାରା ମନୋନୀତ ପ୍ରତିନିଧି ଜଗଦିଶ ଅଧିକାରୀ, ଉଦୟ ଶଙ୍କର ଜାନୀ, ଗୋପାଳ କୃଷ୍ଣ ସାମନ୍ତରାୟ, ମନୋଜ ସାମନ୍ତରାୟ ଓ ରଘୁନାଥ ଶତପଥି ରହିଥିଲେ।

ଫୋଟୋ - http://v.duta.us/CNzvRwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/smjGRgAA

📲 Get Rayagada News on Whatsapp 💬