[rayagada] - ଭାମ୍ୟମାଣ ପୁସ୍ତକ ମେଳା

  |   Rayagadanews

ଡାବୁଗାଁ, ୨।୧୨ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ଭାମ୍ୟମାଣ ପୁସ୍ତକ ମେଳା ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରୀଛାତ୍ରଙ୍କ ଉପାଦେୟ ବିଭିନ୍ନ ପୁସ୍ତକ, ମହାପୁରୁଷଙ୍କ ଜୀବନ ଉପରେ ଆଧାରିତ ପୁସ୍ତକ, ପରିବେଶ ଭିତ୍ତିକ, ସାଧାରଣ ଜ୍ଞାନ ଓ ଶବ୍ଦକୋଷ ଆଦି ବିଭିନ୍ନ ପୁସ୍ତକ ଗୁଡିକ ପ୍ରଦର୍ଶିତ ହୋଇଥିଲା । ପାଠକମାନେ ପୁସ୍ତକ ଗୁଡିକ ଦେଖିବା ସହ କ୍ରୟ କରିଥିଲେ । ଏଥିସହ ୩ଟି ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଆସି ଛାତ୍ରୀଛାତ୍ରମାନଙ୍କ ପାଇଁ ଉପାଦେୟ ପୁସ୍ତିକା ମନ କ୍ରୟ କରିଥିଲେ । ଏହି ପୁସ୍ତକ ମେଳା ଡାବୁଗାଁ, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକକୁ ନେଇ ଅନୁଷ୍ଠିତ ହୋଇଥିଲା । ଏହି ପୁସ୍ତକ ମେଳାକୁ ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ହୋତା ଓ ପାପଡାହାଣ୍ଡି ବ୍ଲକ ଶିକ୍ଷା ଅଧିକାରୀ ଭାବଗ୍ରାହୀ ପଣ୍ଡା ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। ଏଥିରେ ଡାବୁଗାଁ ବ୍ଲକର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରତିକାନ୍ତ ନାୟକ, ଧନସିଂ ତନ୍ତୀ, କୃଷ୍ଣଚନ୍ଦ୍ର ପଣ୍ଡା, ରାଇସିଂ ପୂଜାରୀ, ବିକାଶ ରଞ୍ଜନ ନିଶଙ୍କ ଓ ହେମଧର ନାଇକ ପ୍ରମୁଖ ସହଯୋଗ କରିଥିଲେ।

ଫୋଟୋ - http://v.duta.us/auU4gAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/wgIyyQAA

📲 Get Rayagada News on Whatsapp 💬