[rayagada] - ମାଲକାନଗିରିରେ ସରକାରୀ ବସ୍‌ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

  |   Rayagadanews

ମାଲକାନଗିରି,୨।୧୨(ଡି.ଏନ୍‌.ଏ.) - ରବିବାରଠାରୁ ମାଓବାଦୀଙ୍କ ଏକସପ୍ତାହ ବ୍ୟାପି ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି। ଯାହାଫଳରେ ମାଲକାନଗିରି ଜିଲାରେ ସମସ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ ଯୋଗୁଁ ଦୂର ଦୂରାନ୍ତରକୁ ଯାତାୟତ କରୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ତେବେ ଜିଲାରେ ବେସରକାରୀ ବସ୍‌ ଚଳାଚଳ ସ୍ବାଭାବିକ ରହିଛି। ଏ ସମ୍ବନ୍ଧରେ ପରିବହନ ବିଭାଗର ଜନୈକ ଅଧିକାରୀ କହିଛନ୍ତି ଯେ, ଏହି ସପ୍ତାହରେ ସରକାରୀ ବସ୍‌ ଚଳାଚଳ ବନ୍ଦ କରିବା ପାଇଁ ଭୁବନେଶ୍ୱର କାର୍ଯ୍ୟାଳୟର ନିର୍ଦ୍ଦେଶ ଥିବା ଯୋଗୁଁ ଆମେ ବସ୍‌ ଚଳାଚଳ ବନ୍ଦ ରଖିଛୁ। ମାଓବାଦୀଙ୍କ ତରଫରୁ ଜିଲାରେ କୌଣସି ଠାରେ କିଛି ଅଘଟଣ ବର୍ତ୍ତମାନ ସୁଦ୍ଧା ଘଟିନଥିବା ଜଣାପଡିଛି। ମାଲକାନଗିରି ପୋଲିସ ଏବଂ ବିଏସଏଫ ତରଫରୁ ଜିଲା ସଦର ମହକୁମା ଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ ସୁରକ୍ଷାକୁ କଡାକଡି କରିବା ସହ ଗାଡି ମୋଟର ଯାଞ୍ଚକୁ ତରାନ୍ବିତ କରାଯାଇଛି। ସୀମାନ୍ତ ଛତିଶଗଡ ଏବଂ ଆନ୍ଧ୍ର ଓଡିଶା ସୀମାନ୍ତରେ ସୁରକ୍ଷା କର୍ମୀ ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖିଛନ୍ତିି ବୋଲି ଏସ୍‌.ପି. ଜଗମୋହନ ମୀନା ପ୍ରକାଶ କରିଛନ୍ତିି। ପ୍ରକାଶ ଥାଉ କି ପ୍ରତିବର୍ଷ ଡିସେମ୍ବର ୨ ରୁ ୮ ପଯର୍ର୍‌ୟନ୍ତ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ହେଉଛି। ସପ୍ତାହ ବ୍ୟାପି ପାଳନ କରାଯାଉଥିବା ବେଳେ ମାଓବାଦୀଙ୍କ ପକ୍ଷରୁ ଏ ଅବସରରରେ ବିଭିନ୍ନ ଗ୍ରାମରେ ସଭା ସମିତି କରି ମାଓବାଦୀ ସଂଗଠନର କାର୍ଯ୍ୟ ,ଆଦର୍ଶ ଓ ଅଭିମୂଖ୍ୟ ସମ୍ପର୍କରେ ଯୁବ ଗୋଷ୍ଠୀଙ୍କୁ ଜଣାଇ ସଙ୍ଗଠନରେ ସାମିଲ କରିବା ପାଇଁ ଆହ୍ବାନ ଦିଆଯାଇଥାଏ ା ବିଶେଷ କରି ଯୁବ ଗୋଷ୍ଠିଙ୍କୁ ସାମିଲ କରିବା ଏହାର ମୂଖ୍ୟ ଉଦ୍ଦେଶ୍ୟ ା

ଫୋଟୋ - http://v.duta.us/KQNzPAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/bZZNEAAA

📲 Get Rayagada News on Whatsapp 💬