[sambalpur] - ପୋଲିସ ଅସ୍ତ୍ରାଗାରରୁ ମ୍ୟାଗାଜିନ୍‌,ଗୁଳି ଚୋରି ଘଟଣାରେ ପୋଲିସ କର୍ମଚାରୀ ଗିରଫ

  |   Sambalpurnews

ସୁନ୍ଦରଗଡ଼, ୨।୧୨ (ଡି.ଏନ୍‌.ଏ.)-କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ସୁନ୍ଦରଗଡ଼ ଜିଲା ପୋଲିସ ଅସ୍ତ୍ରାଗାରରୁ ୪ଟି ମ୍ୟାଗାଜିନ୍‌ ସହ ୬୦ରାଉଣ୍ଡ ଗୁଳି ଚୋରି ହୋଇଥିଲା ା ଏହି ଘଟଣାରେ ପୋଲିସ ଅସ୍ତ୍ରାଗାର ଡ୍ୟୁଟିରେ ଥିବା ଜଣେ ସୁରକ୍ଷା କର୍ମୀଙ୍କୁ ଶନିବାର ଗିରଫ କରିଛି। ଏସମ୍ପର୍କରେ ଏସ୍‌ପି ସୌମ୍ୟା ମିଶ୍ରା ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ପୋଲିସ କର୍ମଚାରୀଙ୍କ ନାମ ଗୁଲଶନ କିରୋ। ପୋଲିସ ଅସ୍ତ୍ରାଗାରରୁ ଗୁଳି ଗାଏବ ଘଟଣା ପରେ ଏସ୍‌ପି ମିଶ୍ରାଙ୍କ ନିର୍ଦ୍ଦେଶକ୍ରମେ ରିଜର୍ଭ ଇନ୍ସପେକ୍ଟର ଏ ସମ୍ପର୍କରେ ଟାଉନ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ଟାଉନ ଥାନାରେ ଏନେଇ ଏକ ମାମଲା (ନଂ.୨୫୬।୨୦୧୮) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଏହି ଗୁଳି ଚୋରି ଘଟଣାରେ ଅସ୍ତ୍ରାଗାର ସୁରକ୍ଷା ଡ୍ୟୁଟିରେ ଥିବା ଏପିଆର କିରୋଙ୍କୁ ପଚରାଉଚରା ପରେ ସତ୍ୟ ସାମ୍ନାକୁ ଆସିଥିଲା। ଏସ୍‌ପି ମିଶ୍ରା ପ୍ରଥମେ ସମ୍ପୃକ୍ତ ଏପିଆରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଲୁଚାଇ ରଖିଥିବା ୪ଟି ମ୍ୟାଗାଜିନ୍‌ ସହ ୬୦ ଗୁଳିକୁ ଉଦ୍ଧାର କରାଯାଇଛି ବୋଲି ଏସ୍‌ପି କହିିଛନ୍ତି। ଗୁଳି ଚୋରି କରିବା ପଛରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ କ’ଣ ଉଦ୍ଦେଶ୍ୟ ଥିଲା ତଦନ୍ତରେ ବାଧା ସୃଷ୍ଟି ହେବା ଆଶାଙ୍କା କରି ଏସ୍‌ପି ଅଧିକ କିଛି କହି ନାହାନ୍ତି । କୌଣସି ଆପରାଧିକ ସଙ୍ଗଠନ ସହିତ ତାଙ୍କର ସମ୍ପୃକ୍ତିକୁ ଏସ୍‌ପି ଅସ୍ବୀକାର କରିଛନ୍ତି। ଏଥିସହ ଏହି ଚୋରି ଘଟଣାରେ ଅସ୍ତ୍ରାଗାର ଡ୍ୟୁଟିରେ ନିୟୋଜିତ ୩ ହାବିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଫୋଟୋ - http://v.duta.us/YqoZHwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/K2GX_AAA

📲 Get Sambalpur News on Whatsapp 💬