[sambalpur] - ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

  |   Sambalpurnews

ସୋନପୁର,୨।୧୨(ନି.ପ୍ର): ଭାରତ ତାର ପୂର୍ବ ଗୌରବ ହରାଇଛି। ଲୋକଙ୍କ ମଧ୍ୟରେ ରାଷ୍ଟ୍ରୀୟ ଭାବନା ହ୍ରାସ ପାଇବାରେ ଲାଗିଛି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥା, ଶତାଧିକ ବର୍ଷର ବିଦେଶୀ ଶାସନ ଓ ଆକ୍ରମଣକାରୀଙ୍କ ଦ୍ୱାରା ବାରମ୍ବାର ଲୁଣ୍ଠନ ଯୋଗୁଁ ଏପରି ହୋଇଛି। ତେଣୁ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବାର ଆବଶ୍ୟକତା ରହିଛି। ରାଷ୍ଟ୍ରର ପୁନଃନିର୍ମାଣରେ ମହିଳାଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରବିବାର ସୁବର୍ଣ୍ଣପୁର ଜିଲାସ୍ତରୀୟ ମହିଳା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଅତିଥିବୃନ୍ଦ ମତପ୍ରକାଶ କରିଛନ୍ତି। ମହିଳା ସମନ୍ବୟ ବିଭାଗ ସୁବର୍ଣ୍ଣପୁର ଜିଲା ଶାଖା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏହି ସମ୍ମିଳନୀ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜିଲା ସଂଘ ଚାଳକ ବିପିନ ବିହାରୀ ବାଗ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ। ବାଗ ସୁସ୍ଥ ମାନସିକତା ଓ ସମାଜରେ ମହିଳାମାନଙ୍କ କର୍ତ୍ତବ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସନ୍ତୋଷିନୀ ଭୋଇ ମୁଖ୍ୟବକ୍ତାଭାବେ ଯୋଗଦେଇ ହିନ୍ଦୁଧର୍ମରେ ନାରୀର ସଶକ୍ତିକରଣ ବିଷୟରେ ଆଲୋଚନା କରିଥିଲେ। ଇତିହାସରେ ନାରୀଶକ୍ତିର ଉଦାହରଣ ଦେଇ ଭଗିନୀ ନିବେଦିତା, ଝନ୍‌ସିରାଣୀ ଲକ୍ଷ୍ମୀବାଇ, ଶ୍ରୀମା, ରାଣୀ ଚିନ୍ନମାଙ୍କ ସମ୍ପର୍କରେ ବୁଝାଇଥିଲେ। ମହିଳା ସମନ୍ବୟ ବିଭାଗର ଜିଲା ସଂଯୋଜିକା ଶ୍ରଦ୍ଧାଞ୍ଜଳି ମିଶ୍ର ଅନ୍ୟତମ ଅତିଥିଭାବେ ଯୋଗଦାନ କରି ସଦ୍‌ଭାବପୂର୍ଣ୍ଣା ସମାଜ ନିର୍ମାଣର ଆବଶ୍ୟକତା, ସମାଜରେ ନାରୀଙ୍କ ପ୍ରତି ବୃଦ୍ଧି ପାଉଥିବା ଅତ୍ୟାଚାର ଓ ରାଜନୀତିରେ ନାରୀ ସମାଜର ଅଗ୍ରଣୀ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ରାଷ୍ଟ୍ରୀୟ ସେବିକା ସମିତିର ବରଗଡ ନଗର କାର୍ଯ୍ୟବାହିକା ଆନନ୍ଦିନୀ ଦଣ୍ଡସେନା ଓ ବିଭାଗ ପ୍ରଚାରକ ପ୍ରଣବ ନାୟକ ଯୋଗଦେଇ ନାରୀ ସମାଜ ଓ ସଂଗଠନ ଉପରେ ଚର୍ଚ୍ଚା କରିଥିଲେ। ସମାରୋପ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସେବିକା ସମିତି ତଥା ମହିଳା ସମନ୍ବୟ ବିଭାଗର ସହ ସଂଯୋଜକ ସନ୍ତୋଷିନୀ ମିଶ୍ର, ରାଷ୍ଟ୍ରୀୟ ସ୍ବୟଂ ସହାୟକ ସଂଘର ବିଭାଗ କାଯର୍‌ୟବାହ କେଶବ ପଟେଲ ମହିଳା ଶକ୍ତି ଦ୍ୱାରା ସୁବିଚାର ଓ ସଂସ୍କାରିତ ପରିବାର ନିର୍ମାଣରେ ନାରୀର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିଭାଗ ବୌଦ୍ଧିକ ପ୍ରମୁଖ ଦିଲ୍ଳିପ ତ୍ରିପାଠୀ, ସୁବର୍ଣ୍ଣପୁର ସହ ଜିଲା କାର୍ଯ୍ୟବାହ ହୃଷିକେଶ ଭୋଇ ଓ ପ୍ରଚାର ପ୍ରମୁଖ ରଶ୍ମିରଞ୍ଜନ ଦାଶ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ପ୍ରାୟ ଦେଢ ହଜାରରୁ ଊର୍ଦ୍ଧ୍ୱ ମହିଳା ଯୋଗଦାନ କରିଥିଲେ। ବରିଷ୍ଠ କର୍ମକର୍ତ୍ତା କୁଶ ପଣ୍ଡା, ରାମଶଙ୍କର ଭୋଇ, ନଳିନୀ ପଣ୍ଡା, ରାଜେଶ ସିଂ, ଆନନ୍ଦ ସାହୁ, କାହ୍ନୁ ସାହୁ, ବିଶ୍ୱଜିତ ମିଶ୍ର, ସୁଦ୍ୱେଷ୍ନା ନେଗୀ, ରାଜେନ୍ଦ୍ର ନାୟକ, ମିଲନ ଭାଇ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦୟାନିଧି କରଣ, ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ଓ ସେବିକା ସେବକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

ଫୋଟୋ - http://v.duta.us/vdxg4wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/d0v0qQAA

📲 Get Sambalpur News on Whatsapp 💬