[odisha] - ନିର୍ବାଚନ ମୁଡ୍‌ରେ ଓଡ଼ିଶା : କେନ୍ଦ୍ରର ତତ୍ପରତା ଦେଖି ରାଜ୍ୟର ପ୍ରସ୍ତୁତି

  |   Odishanews

ଭୁବନେଶ୍ୱର : ବିମୁଦ୍ରାକରଣ ଭଳି ସାଧାରଣ ନିର୍ବାଚନ କ୍ଷେତ୍ରରେ କେନ୍ଦ୍ର ସରକାର ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ପଦକ୍ଷେପ ନେଇପାରନ୍ତି। ଭାରତର ନିର୍ବାଚନ କମିସନଙ୍କ ପ୍ରସ୍ତୁତି ଏଭଳି ସଙ୍କେତ ଦେଉଛି। ଯେହେତୁ ସାଧାରଣ ନିର୍ବାଚନ ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ, ଏଣୁ ରାଜ୍ୟ ସରକାର ଫୁଲଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଗୋଟିଏ ପଟେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଭଳି ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଘୋଷଣା ଆରମ୍ଭ ହୋଇଛି। ଅନ୍ୟପଟେ ଅଫିସର ବଦଳି, ଆଗୁଆ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆଜି ଆଇପିଏସ୍‌ ସ୍ତରରେ ପ୍ରଥମ ପର୍ଯ୍ୟାୟ ଅଦଳବଦଳ ହୋଇଛି। ଖୁବ୍‌ଶୀଘ୍ର ଜିଲ୍ଲାପାଳ, ସଚିବ ସ୍ତରରେ ମଧ୍ୟ ଏକ ବଡ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ବିଜେପି ସପକ୍ଷରେ ଆଉଥରେ ଜନମତ ଯିବା ସମ୍ଭାବନା କ୍ଷୀଣ। ନିର୍ବାଚନ ବର୍ଷରେ ଏହି ତିନିଟି ରାଜ୍ୟର ଫଳାଫଳ ଯଦି ନିଜ ସପକ୍ଷରେ ନ ଯାଏ ତେବେ କ୍ଷମତାସୀନ ଦଳ ଭାବେ ବିଜେପିକୁ ଜବରଦସ୍ତ ଝଟ୍‌କା ଲାଗିପାରେ। ଧୀରେ ଧୀରେ ବିରୋଧୀ ଦଳମାନେ କେନ୍ଦ୍ରରେ ସରକାରୀ ବିରୋଧୀ ଆଭିମୁଖ୍ୟକୁ ଟିକିଏ ଶାଣିତ କରୁଛନ୍ତି। ଏଭଳି ପରିସ୍ଥିତିରେ ସାଧାରଣ ନିର୍ବାଚନ ନିର୍ଦିଷ୍ଟ ସମୟରେ ହେଲେ କେନ୍ଦ୍ରରେ ଶାସନାଧୀନ ଦଳକୁ କ୍ଷତି ପହଞ୍ଚିପାରେ। ଏଣୁ ଗୋଟିଏ ପଟେ କେନ୍ଦ୍ର ସରକାର ଏକାଠି ବିଧାନସଭା ଓ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଆଲୋଚନାର ବାଟ ଖୋଲିଥିବା ବେଳେ ଅନ୍ୟପଟେ ଆଗୁଆ ସାଧାରଣ ନିର୍ବାଚନ କରିବା ଲାଗି ମଧ୍ୟ ପଦକ୍ଷେପ ନେଲେଣି।...

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/00QcJAAA

📲 Get Odisha News on Whatsapp 💬