[odisha] - ବଦଳିଲେ ପୁଲିସ କମିସନର : ସତ୍ୟଜିତ ମହାନ୍ତି ନୂଆ ପୁଲିସ କମିସନର

  |   Odishanews

ଭୁବନେଶ୍ୱର : ପାଖାପାଖି ଅଢ଼େଇ ବର୍ଷ ପରେ ରାଜ୍ୟ ସରକାର ଆଜି ଦ୍ୱୈତନଗରୀ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କୁ ବଦଳି କରିଛନ୍ତି। ଏଥିସହିତ ୧୯୮୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ତଥା ପ୍ରୋଭିଜନିଂ ଦାୟିତ୍ୱରେ ଥିବା ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତିଙ୍କୁ ପୁଲିସ କମିସନର ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀ ଖୁରାନିଆ ଏବେ ଶ୍ରୀ ମହାନ୍ତିଙ୍କ ସ୍ଥାନରେ ଏଡିଜି ପ୍ରୋଭିଜନିଂ ଭାବେ କାର୍ଯ୍ୟ କରିବେ। ୨୦୧୬ ଜାନୁଆରିରେ ଶ୍ରୀ ଖୁରାନିଆ ପୁଲିସ କମିସନର ଭାବେ ଦାୟିତ୍ୱ ନେଇଥିଲେ। ଏଥିସହିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କର ପୁଲିସ ଅଫିସରସ୍ତରରେ ପ୍ରଥମ ପର୍ଯ୍ୟାୟ ବଦଳି ସଂକ୍ରାନ୍ତ ନିର୍ଦେଶନାମା ପ୍ରକାଶ ପାଇଛି।

ଗ଼ୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ତଥା ରାଜ୍ୟ ସଶସ୍ତ୍ର ବଳ ଦାୟିତ୍ୱରେ ଥିବା ଆଇଜି ସଂଜୀବ ପଣ୍ଡାଙ୍କୁ ପରିବହନ କମିସନର ଭାବେ ନିଯୁକ୍ତି ମିଳିଛି। ଶ୍ରୀ ପଣ୍ଡାଙ୍କ ଦାୟିତ୍ୱ ଅତିରିକ୍ତ ଭାବେ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଆଇଜି ଅମିତାଭ ଠାକୁର ତୁଲାଇବେ।...

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Tng-IgAA

📲 Get Odisha News on Whatsapp 💬