[odisha] - ଉଗ୍ର ହେଉଛି ସମୁଦ୍ର

  |   Odishanews

ପୁରୀ : ପୁରୀ ବେଳାଭୂମିରେ ଅଶାନ୍ତ ସମୁଦ୍ର ପୁଣି ଉଦ୍ଦାମ ରୂପ ଦେଖାଇଛି। କୂଳ ଲଂଘିବା ସହ କିଛି ବାଟ ଯାଏ ବେଳାଭୂମିକୁ ସମୁଦ୍ର ଗର୍ଭକୁ ନେଇଯାଇଛି। ଖାଲି ସେତିକି ନୁହେଁ, ବେଳାଭୂମିରେ ଥିବା ଦୈନିକ ମହୋଦଧି ଆଳତି ପିଣ୍ଡି ସହିତ ୧୫ରୁ ଅଧିକ ଦୋକାନ ବି ସମୁଦ୍ର ଗର୍ଭକୁ ଚାଲିଯାଇଛନ୍ତି। ସ୍ୱର୍ଗଦ୍ୱାର ସମ୍ମୁଖ ବେଳାମାର୍ଗ ରାସ୍ତାଠାରୁ ମାତ୍ର କିଛି ମିଟର ଦୂରରେ ସମୁଦ୍ରର ଏଭଳି ଭୟଙ୍କର ରୂପ ଦେଖି ସହରବାସୀ ଆତଙ୍କିତ ହୋଇ ପଡିଛନ୍ତି।

ଗତ କିଛି ଦିନ ଧରି ସମୁଦ୍ରର ଉତ୍ତାଳ ଢେଉ, ଜୁଆର ମାଡ଼ରେ ସ୍ୱର୍ଗଦ୍ୱାର ସମ୍ମୁଖ ବିସ୍ତ୍ରୀର୍ଣ୍ଣ ବେଳାଭୂମି ଶଯ୍ୟା ନଷ୍ଟ ହୋଇଚାଲିଛି। ଅଶାନ୍ତ ସମୁଦ୍ର ଏହା ମଧ୍ୟରେ ୩୦ରୁ ୩୫ ଫୁଟ୍‌ ଯାଏ ଆଗକୁ ମାଡ଼ି ଆସିଥିବା ବେଳେ ୫୦୦ ଫୁଟରୁ ଅଧିକ ଲମ୍ବର ବେଳାଭୂମିକୁ ଧୋଇନେଇଛି। ତିନି ଦିନ ତଳେ ଏକାଧିକ ଉଠା ଦୋକାନ ସମୁଦ୍ର ଗର୍ଭରେ ଭାସି ଯାଇଥିବା ବେଳେ ଆଜି ଆଳତି ପିଣ୍ଡି ସହ ୧୫ରୁ ଅଧିକ ଉଠା ଦୋକାନ ସମୁଦ୍ରରେ ଲୀନ ହୋଇଛି।...

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/_FJswgAA

📲 Get Odisha News on Whatsapp 💬