[odisha] - କେନ୍ଦ୍ରକୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ : ପାଚିକାଙ୍କ ଦରମା ବୃଦ୍ଧି କରାଯାଉ
ଭୁବନେଶ୍ୱର : ରାଜ୍ୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ନିୟୋଜିତ ଥିବା ପାଚିକାମାନଙ୍କ ଦରମା ବୃଦ୍ଧି ପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭେଡ଼କରଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ପାଚିକାମାନେ ବର୍ତ୍ତମାନ ଏକ ହଜାର ଟଙ୍କା ପାରିଶ୍ରମିକ ପାଉଛନ୍ତି। ସେମାନେ ପାରିଶ୍ରମିକ ବଢ଼ାଇବାକୁ ଦୀର୍ଘ ଦିନ ହେଲା ଦାବି କରିବା ସହ ଧାରଣା, ବିକ୍ଷୋଭ ଓ କାର୍ଯ୍ୟବନ୍ଦ କରୁଛନ୍ତି। ଫଳରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବାଧା ସୃଷ୍ଟି ହେଉଛି। ରାଜ୍ୟ ସରକାର ସେମାନଙ୍କ ପାରିଶ୍ରମିକ ଏକ ହଜାର ଟଙ୍କାରୁ ଦୁଇ ହଜାର ଟଙ୍କାକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଏହି ପାରିଶ୍ରମିକରେ କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ଅଂଶ ରହିଛି। ତେଣୁ ବର୍ଦ୍ଧିତ ପାରିଶ୍ରମିକ ବାବଦରେ ରାଜ୍ୟ ସରକାର ତାଙ୍କ ଅଂଶ ୪୦୦ ଟଙ୍କା ଲେଖାଏଁ ୨୦୧୮ ଜାନୁଆରିରୁ ଦେଇଛନ୍ତି। ଏ ବାବଦରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ପୂର୍ବରୁ ଗଣଶିକ୍ଷା ପ୍ରମୁଖ ସଚିବ ଚିଠି ଲେଖି ଅବଗତ କରାଇସାରିଛନ୍ତି। ତେଣୁ ସ୍ୱଳ୍ପ ପାରିଶ୍ରମିକ ପାଉଥିବା ପାଚିକାମାନଙ୍କୁ ପାରିଶ୍ରମିକ ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରି ୬୦ ପ୍ରତିଶତ ଅଂଶ ପ୍ରଦାନ କରିବାକୁ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି।
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/FzEw1gAA