[odisha] - ଚାକିରି ଆଶାୟୀ! ସାବଧାନ : ବୁଲୁଛନ୍ତି ଠକ, ଲୁଟିନେବେ, ସତର୍କ କରାଇଲା ପୂର୍ବତଟ ରେଳପଥ

  |   Odishanews

ଭୁବନେଶ୍ୱର : ରେଳବାଇରେ ନିଯୁକ୍ତି ପାଇଁ ଆଶାୟୀ ସାବଧାନ। ଠକାମିର ଶିକାର ହୋଇପାରନ୍ତି। ରେଳବାଇରେ ନିଯୁକ୍ତି କରାଇ ଦେବାକୁ କହି ସାରା ଦେଶରେ ବୁଲୁଛନ୍ତି ଠକ। ନିଯୁକ୍ତି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି। ନିଯୁକ୍ତି ତ ଦୂରର କଥା ସାର୍ଟିଫିକେଟ ନେଇ ପଳାଇବାର ସମ୍ଭାବନା ମଧ୍ୟ ରହିଛି।

ରେଳବାଇ ପକ୍ଷରୁ ଏବେ ସାରା ଦେଶରେ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ କେତେଜଣ ଅସାଧୁ ବ୍ୟକ୍ତି ଓ ସଂସ୍ଥା ନିଯୁକ୍ତି ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକୁଥିବା ନଜରକୁ ଆସିବା ପରେ ଏମିତି ଢଙ୍ଗରେ ସତର୍କ କରାଇଛନ୍ତି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ। ସଂସ୍ଥା ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ରେଳବାଇରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାରେ ପ୍ରାୟ ୬୪ ହଜାର ପଦବି ଟ୍ରେନ୍‌ ଲୋକୋ ପାଇଲଟ୍‌ ଓ ଟେକ୍ନିସିଆନ୍‌(ଉଭୟ ଗ୍ରୁପ୍‌-ଡି)ଙ୍କ ପାଇଁ ରହିଛି। ବାକି ୬୩ ହଜାର ପଦ ଟ୍ରାକ୍‌ ମେଣ୍ଟେନର୍‌, ସହାୟକ ପଏଣ୍ଟସ୍‌ ମ୍ୟାନ୍‌ ସ୍ତରରେ ପୂରଣ କରାଯିବ। ଏହି ନିଯୁକ୍ତି ପ୍ରକ୍ରିୟା ରେଳବାଇ ଭର୍ତ୍ତି ବୋର୍ଡ ଦ୍ୱାରା ପରିଚାଳିତ ହେଉଛି।...

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/wHHe6AAA

📲 Get Odisha News on Whatsapp 💬