[odisha] - ଜନ୍ମମାଟିରେ ଗଂଗାଧରଙ୍କୁ ‘ସମ୍ବାଦ’ର ଶ୍ରଦ୍ଧାଞ୍ଜଳି : ଗଂଗାଧରଙ୍କ କୃତି ଅନୁବାଦ ହେଲେ ବିଶ୍ୱବାସୀଙ୍କୁ ଉଦ୍‌ବୁଦ୍ଧ କରିବ

  |   Odishanews

ବରପାଲି : ଗଂଗାଧରଙ୍କ ସାହିତ୍ୟ କାଳଜୟୀ ଏବଂ ମାନବବାଦୀ ଚେତନାରେ ସମୃଦ୍ଧ। ଏହାର ସର୍ବକାଳୀନ ପ୍ରାସଂଗିକତା ରହିଛି। ସାଂପ୍ରତିକ ପରିପ୍ରେକ୍ଷୀରେ ତାଙ୍କର ସାହିତ୍ୟ କୃତୀ ଗୁଡ଼ିକୁ ଅନ୍ୟାନ୍ୟ ଭାରତୀୟ ଏବଂ ବିଦେଶୀ ଭାଷାରେ ଅନୁବାଦ କରାଯାଇ ପାରିଲେ, ଏହା ବିଶ୍ୱ ସମୁଦାୟକୁ ଅଧିକ ଉଦ୍‌ବୁଦ୍ଧ କରିପାରିବ ବୋଲି ବିଶିଷ୍ଟ ବକ୍ତମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ କବିଙ୍କ ଜନ୍ମପୀଠ ବରପାଲି ଠାରେ ଅନୁଷ୍ଠିତ ‘ ଓଡ଼ିଆ ଅସ୍ମିତାର ଅନନ୍ୟ ଶ୍ରାବଣ’ ସମାରୋହରେ ଯୋଗଦେଇ ବକ୍ତମାନେ କହିଛନ୍ତି ଯେ, ସ୍ୱଭାବ କବିଙ୍କ ସାହିତ୍ୟ ନିଜସ୍ୱ ପ୍ରତିଭାରେ ପ୍ରତିଭାବାନ। ଗଂଗାଧର ନିଜେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ସେ କାହା ସହ ତୁଳନୀୟ ନୁହନ୍ତି, ସେ ନିଜେ ହିଁ ଗୋଟିଏ ସ୍ତର । ଏଭଳି ମହାନ କବିଙ୍କୁ କୌଣସି ସୀମାସରହଦରେ ଆବଦ୍ଧ କରି ହେବନାହିଁ। କାରଣ ତାଙ୍କ କାବ୍ୟ କବିତାରେ ସମଗ୍ର ମାନବ ଜାତିକୁ ସଂକଟରୁ ଉଦ୍ଧାର କରିବା ଭଳି ଉପାଦାନ ରହିଛି।

ଗଂଗାଧର ମେହେର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ସାହିିତ୍ୟିକ ଦାଶ ବେନ୍‌ହୁର ନିଜ ବକ୍ତବ୍ୟରେ କହିଥିଲେ ସାହିତ୍ୟ ସମାଜ ପାଇଁ ଉପକାରୀ ହେଲେ ହିଁ ତିଷ୍ଠି ରହିଥାଏ। ଏହା ଗଂଗାଧରଙ୍କ ସାହିତ୍ୟରେ ଦେଖିବାକୁ ମିଳେ। କୋଠାବାଡ଼ି କିମ୍ବା ରାସ୍ତାଘାଟ ଅସଲ ବିକାଶର ଚିତ୍ର ନୁହଁ। ମଣିଷ ଖୁସି ନଥିଲେ ସେ ବିକଶିତ ବୋଲି କହି ହେବନାହିଁ। ଯେଉଁ ବ୍ୟକ୍ତି ସମାଜକୁ ଯେତେ ବେଶୀ ଦେଇଛି, ତାହାକୁ ସମ୍ଭ୍ରାନ୍ତ ବୋଲି କୁହାଯାଇ ପାରିବ। ଗଂଗାଧରଙ୍କ ଭଳି କବି ଥିଲେ ବୋଲି ଆମକୁ ଜଣେ ଓଡ଼ିଆ ବୋଲି ପରିଚୟ ମିଳିଛି। ତେଣୁ ଆମେ ତାଙ୍କ ପାଖେ ଚିର ଋଣୀ ବୋଲି ଶ୍ରୀ ବେନହୁର ମତ ରଖିଥିଲେ।...

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/yLjlnAAA

📲 Get Odisha News on Whatsapp 💬