[odisha] - ଦୁର୍ଘଟଣା ହିଁ ମହାମାରୀ : ଭାରତରେ ଦିନକୁ ୪୧୩ ଜଣ; ଓଡ଼ିଶାରେ ୧୩ରୁ ଅଧିକ

  |   Odishanews

ଆଜିର ମାନବ ସମାଜରେ ସବୁଠୁ ବଡ଼ ମହାମାରୀ କ’ଣ? ଅନେକେ ହୁଏତ ଏହି ପ୍ରଶ୍ନର ଉତ୍ତରରେ ‘ଏଡ୍‌ସ’ ବୋଲି କହିବେ। ଏହା ଭୁଲ। ସଡ଼କ ଦୁର୍ଘଟଣା ହିଁ ଏବେ ସବୁଠୁ ବଡ଼ ମହାମାରୀ। ବିଶ୍ୱରେ ବର୍ଷକୁ ପ୍ରାୟ ୧୦ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ଏଥିରୁ ଭାରତରେ ପ୍ରାୟ ଦେଢ଼ ଲକ୍ଷ ଲୋକ ମରନ୍ତି ଓ ପ୍ରାୟ ୫ ଲକ୍ଷ ଗୁରୁତର ଆହତ ହୋଇ ଭିନ୍ନକ୍ଷମ ପାଲଟନ୍ତି। ଭାରତରେ ହାରାହାରି ପ୍ରତିଦିନ ଘଟୁଥିବା ୧୩୧୨ ମରଣାନ୍ତକ ଦୁର୍ଘଟଣାରେ ୪୧୩ ଜଣଙ୍କର ଜୀବନ ଯାଏ। ଅର୍ଥାତ ଘଣ୍ଟାକୁ ଆମ ଦେଶରେ ସଡ଼କ ଉପରେ ୧୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୁଏ। ସେଥିରୁ ୨୫% ବାଇକ ଆରୋହୀ (ଓଡ଼ିଶାରେ ଏହା ୩୫%)। ଆର୍ଥିକ ଦୃଷ୍ଟିରୁ ଦେଖିଲେ ଏଥିନିମନ୍ତେ ମୋଟ ଉପରେ ଦେଶର ଜିଡିପିର ୩ ପ୍ରତିଶତ କ୍ଷତି ହୁଏ। ଓଡ଼ିଶା ସ୍ଥିତି ମଧ୍ୟ ତଦ୍ରୂପ। ୨୦୧୭ରେ କେବଳ ଓଡ଼ିଶାରେ ୪,୭୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ହଜାରରୁ ଅଧିକ ଗୁରୁତର ଆହତ ହୋଇଥିଲେ, ଯାହା କି ପୂର୍ବ ବର୍ଷ ତୁଳନାରେ ୭.୩୩% ଅଧିକ।...

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/4GswngAA

📲 Get Odisha News on Whatsapp 💬