[odisha] - ‘ମୁଁ ହିରୋ ମୁଁ ଓଡ଼ିଶା’ ଉଦ୍‌ଘାଟିତ : ସାଧାରଣ ଲୋକ ପ୍ରକୃତ ହିରୋ – ମୁଖ୍ୟମନ୍ତ୍ରୀ

  |   Odishanews

କଟକ : ଓଡ଼ିଶା ବୀର ମାଟି। ଏ ମାଟିର ସନ୍ତାନମାନେ ଓଡ଼ିଆ ସ୍ୱାଭିମାନ ଓ ଗୌରବ ପାଇଁ ସବୁବେଳେ ସଂଗ୍ରାମ କରି ଆସିଛନ୍ତି। ରାଜ୍ୟର ପ୍ରତି ଗାଁ, ପ୍ରତି ସହର ଓ ପ୍ରତି ଘରେ ଗୋପବନ୍ଧୁ, ମଧୁ ବାବୁ, ବିଜୁ ବାବୁ, ଧର୍ମପଦ ଅଛନ୍ତି। ତେଣୁ ପ୍ରତି ଲୋକ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରିବା ଏବଂ ତାକୁ ସ୍ୱୀକୃତି ଦେବା ହେଉଛି ବିଜୁ ଯୁବ ବାହିନୀର ‘ମୁଁ ହିରୋ ମୁଁ ଓଡିଶା’ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିବା ସହିତ ଏଥିରେ ଡାକ୍ତର, ଇଂଜିନିୟର, ଶିକ୍ଷକ, ଚାଷୀ, ଏମିତିକି ସାଧାରଣ ମହିଳାଙ୍କ ସମେତ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସାଧାରଣ ଲୋକଟିଏ ମଧ୍ୟ ବହୁତ ବଡ଼ କାମ କରିଥାଏ। ସେମାନେ ହେଉଛନ୍ତି ନିରବ କର୍ମୀ। ପ୍ରକୃତ ହିରୋ। ସେହିମାନଙ୍କ ଭଳି କେତେଜଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ସେମାନେ ହେଉଛନ୍ତି ସମାଜ ପାଇଁ ପ୍ରକୃତ ପ୍ରେରଣାଦାତା। ସେହିମାନେ ହିଁ ପରିବର୍ତ୍ତନର ବାହକ। ସମସ୍ତଙ୍କ ମିଳିତ ଉଦ୍ୟମ ଓଡ଼ିଶାର ପ୍ରଗତିର ନନ୍ଦିଘୋଷକୁ ଆଗେଇ ନେବ। ଏହାସହିତ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ଗାଡ଼ିକୁ ଉଦ୍‌ଘାଟନ...

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/SN_YgQAA

📲 Get Odisha News on Whatsapp 💬