[odisha] - ହୀରାକୁଦ ଡ୍ୟାମ୍: ଖୋଲିଲା ଆଉ ୫ଟି ଗେଟ୍, ୨୫ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ସମ୍ବଲପୁର/ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍ର ଆଉ ୫ଟି ଗେଟ୍ ମଙ୍ଗଳବାର ସନ୍ଧ୍ୟାରେ ଖୋଲିଛି। ଫଳରେ ମହାନଦୀରେ ବର୍ତ୍ତମାନ ଅଧିକ ଜଳ ପ୍ରବାହିତ ହେଉଛି। ବନ୍ୟାଜଳ ଗୁରୁବାର ସକାଳ ସୁଦ୍ଧା କଟକ ଜିଲ୍ଲାର ମୁଣ୍ଡୁଳୀ ଠାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁସାରେ ହୀରାକୁଦ ଡ୍ୟାମ୍କୁ ସନ୍ଧ୍ୟା ୬ଟାରେ ୪,୦୮,୯୦୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨,୪୩,୦୪୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସେହିପରି ରିପୋର୍ଟ ଲେଖାଯିବା ବେଳକୁ ଡ୍ୟାମ୍ର ଜଳସ୍ତର ୬୨୧.୮୯ ଫୁଟ ଅଛି। ଡ୍ୟାମ୍ର ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ୍।
ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ବନ୍ୟା ପାଇଁ ପ୍ରସ୍ତୁତ ହେବାକୁ ଜିଲ୍ଲାପାଳମାନଙ୍କୁ ସତର୍କ କରି ଦେଇଛନ୍ତି। ମହାନଦୀର ଉପର ମୁଣ୍ଡରେ ଭାରୀ ବର୍ଷା ଜାରି ରହିଛି। ହୀରାକୁଦ ବନ୍ଧ ଉପରେ ଏହାର ପ୍ରଭାବ ପଡ଼ିଛି। ହୀରାକୁଦ ନଦୀବନ୍ଧର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଆଜି ସନ୍ଧ୍ୟା ସୁଦ୍ଧା ଏହାର ୨୫ଟି ଗେଟ୍ ଖୋଲିଛନ୍ତିି।
ସୂଚନାଯୋଗ୍ୟ ଯେ ହୀରାକୁଦ ବନ୍ଧ ପରିଚାଳନା ପାଇଁ ରହିଥିବା କର୍ଭ ରୁଲ ଅନୁଯାୟୀ ଯେତିକି ଜଳ ଆଜି ତାରିଖରେ ହୀରାକୁଦ ଡ୍ୟାମ ରିଜଭେୟରରେ ରହିବା କଥା ତା’ଠାରୁ ଅଧିକ ଜଳ ବର୍ତ୍ତମାନ ହୀରକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି। ତେଣୁ ହୀରାକୁଦ ବନ୍ଧର ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ପାଇଁ ବନ୍ଧ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ହୀରାକୁଦ ବନ୍ଦରୁ ନିଷ୍କାସିତ ହେଉଥିବା ଜଳ ଗୁରୁବାର ସକାଳେ କଟକର ମୁଣ୍ଡୁଳି ଠାରେ ପହଞ୍ଚିବ ବୋଲି କୁହାଯାଇଛି। ତେବେ ହୀରାକଦ ବନ୍ଧର ୨୫ଟି ଗେଟ୍ରୁ ମହନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ କମିସନ ଶ୍ରୀ ସେଠୀ ସତର୍କ କରାଇ ଦେଇଛନ୍ତି।
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/3QfmvQAA