[anugul-dhenkanal] - ମୃତଦେହ ରଖି କ୍ଷତିପୂରଣ ଦାବି

  |   Anugul-Dhenkanalnews

ତାଳଚେର,୨୦ା୧୨ (ନି.ପ୍ର.)- ନିଯୁକ୍ତି, କ୍ଷତିପୂରଣ ଦାବିରେ ଜଣେ କ୍ଷତିଗ୍ରସ୍ତଙ୍କ ମୃତ ଶରୀରକୁ ଏମ୍‌ସିଏଲ୍‌ର ଜଗନ୍ନାଥ ଏରିଆ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ପରିବାର ପକ୍ଷରୁ ଗୁରୁବାର ଗଣଧାରଣା ଦିଆଯାଇଛି। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ତାଳଚେର ବ୍ଲକ ବଲଣ୍ଡା ଗ୍ରାମର ସହଦେବ ନାଏକଙ୍କ ଜମି କୋଇଲା ଖଣି ନିମନ୍ତେ ଅଧିଗ୍ରହଣ ହୋଇଥିଲା। ଦୀର୍ଘବର୍ଷ ବିତି ଯାଇଥିଲେ ହେଁ ତାଙ୍କ ପୁଅ ଅରୁଣ ନାଏକ (୪୦)ଙ୍କୁ ଚାକିରି ମିଳି ନ ଥିଲା। ଏଥିପାଇଁ ବାରମ୍ବାର ଦୌଡି ଶେଷରେ ଅରୁଣ ରୋଗାକ୍ରାନ୍ତ ହୋଇ ଯାଇଥିଲେ। ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିବା ପରେ ପରିବାର ବର୍ଗ ମୃତଦେହ ଆମ୍ବୁଲାନ୍ସରେ ଆଣି ଜଗନ୍ନାଥ ଏରିଆ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି। ଖଣି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଅରୁଣଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇ ନିଯୁକ୍ତି, କ୍ଷତିପୂରଣ ଦାବି କରାଯାଇଛି। କଲିୟାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।

ଫୋଟୋ - http://v.duta.us/5pv0PgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/BxuM8wAA

📲 Get Anugul-dhenkanal News on Whatsapp 💬