[anugul-dhenkanal] - ସାହସିକତା ପାଇଁ ସମ୍ବର୍ଦ୍ଧିତ

  |   Anugul-Dhenkanalnews

ତାଳଚେର,୨୦ା୧୨(ନି.ପ୍ର.)- ସାହସର ସହ ଟ୍ରେନ୍‌ ଚକା ତଳୁ ଜଣେ ସହପାଠୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିବା ତାଳଚେର ବ୍ଲକ ଘଣ୍ଟପଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଶ୍ରୀମତୀ ବଦ୍ରାଙ୍କୁ ଗୁରୁବାର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଗତ ୬ ତାରିଖରେ ସ୍କୁଲରୁ ଫେରୁଥିବା ୬ଷ୍ଠ ଶ୍ରେଣୀର ଛାତ୍ରୀ ପ୍ରମିଳା ମୁଣ୍ଡା ଠିଆ ହୋଇଥିବା ଟ୍ରେନ୍‌ ତଳେ ଗଳି ଯାଉଥିବା ବେଳେ ହଠାତ୍‌ ଟ୍ରେନ୍‌ଟି ଗଡ଼ିବାକୁ ଆରମ୍ଭ କରିଥିଲା। ଏହି ସମୟରେ ସାଥିରେ ଥିବା ୪ର୍ଥ ଶ୍ରେଣୀ ଛାତ୍ରୀ ଶ୍ରୀମତୀ ବଦ୍ରା ପ୍ରମିଳାଙ୍କ ହାତ ଧରି ଭିଡ଼ିଆଣିଥିଲେ। ଏଥିସହ ଗୋଡ଼ କଟିଯାଇଥିବା ପ୍ରମିଳାଙ୍କୁ ନିଜ କାନ୍ଧରେ ଘର ପର୍ଯ୍ୟନ୍ତ ବୋହି ଆଣି ଜୀବନ ରକ୍ଷା କରିପାରିଥିଲେ। ଏହି ସାହସିକତା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟାହ୍ନରେ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ ଶ୍ରୀମତୀ ବଦ୍ରାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଗୋଡ ହରାଇ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଥିବା ଛାତ୍ରୀ ପ୍ରମିଳାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଶିକ୍ଷକ ଉମେଶ ପ୍ରସାଦ ମିଶ୍ର ଏବଂ ସାମାଜିକ କର୍ମୀ କ୍ଷୀରୋଦ ସାହୁ ଉପସ୍ଥିତ ଥିଲେ ା

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/cBy8ZQAA

📲 Get Anugul-dhenkanal News on Whatsapp 💬