[balasore] - ଅଭିଯୁକ୍ତଙ୍କୁ ଆଜୀବନ ଜେଲ

  |   Balasorenews

ଚମ୍ପୁଆ, ୨୦।୧୨(ଡି.ଏନ.ଏ.): ଡାହାଣୀ ସନ୍ଦେହରେ ଜଣେ ଆଦିବାସୀ ମହିଳାଙ୍କୁ ହତ୍ୟା ମାମଲାର ଗୁରୁବାର ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ୍‌ ଡ. ପବିତ୍ର ମୋହନ ସାମଲ ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି। ଏଥିସହ ୭ ହଜାର ଟଙ୍କା ଜରିମାନା ଆଦେଶ ରହିଛି। ଅପରାଧୀ ଜଣଙ୍କ ହେଲେ ରୟା ମୁଣ୍ଡା। ୧୭।୦୧।୨୦୧୬ରେ ବାମେବାରୀ ଥାନା ମାଲଦା ଗ୍ରାମରେ ଡାହାଣୀ ସନ୍ଦେହରେ ଆଦିବାସୀ ମହିଳା ଶନିବାରୀ ମୁଣ୍ଡାଙ୍କୁ ଏକ ଧାରୁଆ କୁରାଡି ସାହାଯ୍ୟରେ ରୟା ହତ୍ୟା କରିଥିଲେ। ନିଜ ସନ୍ତାନଙ୍କୁ ଗୁଣି କରି ଶନିବାରୀ ମାରି ଦେଇଥିବା ରାୟ ସନ୍ଦେହ କରିଥିଲେ। ମୃତ ଶନିବାରୀଙ୍କ ନାତି ଥାନାରେ ଏତଲା ଦେଇଥିଲେ। ଏ ନେଇ ଏକ ମାମଲା (ନଂ.୧୯/୧୬) ରୁଜୁ ହୋଇଥିଲା। ୧୬ ଜଣ ସାଖିଙ୍କ ବୟାନ ଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାରକରି ଡ. ସାମଲ ଏହି ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ମଧୁସୂଦନ ପତି, ଆସାମୀ ପକ୍ଷରୁ ଆଇନଜୀବୀ ବିଷ୍ଣୁଚରଣ ରାଠର ଉକ୍ତ ମାମଲାର ପରିଚାଳନା କରୁଥିଲେ।

ଫୋଟୋ - http://v.duta.us/bQ5t3gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/oBxtGwAA

📲 Get Balasore News on Whatsapp 💬