[balasore] - ଟ୍ରଲିକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଉତ୍ତେଜନା: ୬କର୍ମଚାରୀଙ୍କୁ ପିଟିଲେ ଲୋକେ

  |   Balasorenews

ବଡ଼ସାହି,୨୦ା୧୨(ସ୍ବ.ପ୍ର)- ବଡ଼ସାହି ଥାନା ଅଧୀନ ଚାଉଳିଆଶୋଳ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଏକ ଟ୍ରଲିକୁ ଧକ୍କା ଦେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏଥିରେ ଆମ୍ବୁଲାନ୍ସ ଚାଳକ, ଫାର୍ମାସିଷ୍ଟ ଓ କର୍ମଚାରୀଙ୍କ ସମେତ ମୋଟ ୬ଜଣ ଆହତ ହୋଇ ବାରିପଦା ଡ଼ାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ତେବେ ଆକ୍ରମଣକାରୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ୧୦୮ ଆମ୍ବୁଲାନ୍ସ ଚାଳକ/କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଉଦଳାରୁ ଏକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ବାରିପଦା ଯାଉଥିବା ବେଳେ ବୁଧବାର ରାତିରେ ଚାଉଳିଆଶୋଳ ନିକଟରେ ଏକ ଟ୍ରଲିକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ବାରିପଦାରୁ ଅନ୍ୟ ଏକ ଆମ୍ବୁଲାନ୍ସକୁ ଡ଼କାଇ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଥିଲା। ଉକ୍ତ ସମୟରେ ଖବର ପାଇ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଏକତ୍ରିତ ହୋଇ ଉଭୟ ଆମ୍ବୁଲାନ୍ସ ଚାଳକ ଓ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫାର୍ମାସିଷ୍ଟ ବେଣୁଧର ମହାନ୍ତ, ମାନସ ଦାଶ, ଚାଳକ ପ୍ରଶାନ୍ତ ପାତ୍ର, ମନୋଜ ବେହେରା, ଆଟେଣ୍ଡାଣ୍ଟ ସାଗର ମୁଦୁଲି ଓ ଲକ୍ଷ୍ମଣ ନାଥ ଆକ୍ରମଣରେ ଆହତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ। ଖବର ପାଇ ବଡ଼ସାହି ଥାନା ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରିଛି। ଖବର ପ୍ରଚାରିତ ହେବା ପରେ ୧୦୮ ଆମ୍ବୁଲାନ୍ସ ଚାଳକ/କର୍ମଚାରୀ ସଂଘ ଘଟଣାକୁ ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ କର୍ମଚାରୀ ସଂଘ ପକ୍ଷରୁ ସମୂହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବଡ଼ସାହି ପୋଲିସ୍‌ ଉଭୟ ପକ୍ଷଙ୍କୁ ଡକାଇ ଘଟଣାର ତଦନ୍ତ ଚଳାଇଛି।

ଫୋଟୋ - http://v.duta.us/U731iAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/kMlVewAA

📲 Get Balasore News on Whatsapp 💬