[balasore] - ସାଳନ୍ଦୀ ବହି ମେଳାର ୮ମ ସନ୍ଧ୍ୟା: ଯୁବ ନେତୃତ୍ୱକୁ ଗୁରୁତ୍ୱ

  |   Balasorenews

ଭଦ୍ରକ ଅଫିସ, ୨୦।୧୨ - ଆଜିର ସାମାଜିକ ଓ ରାଜନୈତିକ ପ୍ରେକ୍ଷାପଟରେ ଯୁବ ନେତୃତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରବୀଣମାନଙ୍କ ସହ ସେମାନଙ୍କର ସମନ୍ବୟ ଏବର ସମୟ ଓ ସମାଜକୁ ନୂଆ ଦିଶା ଦେଖାଇପାରିବ ବୋଲି ୫ମ ସାଳନ୍ଦୀ ବହି ମେଳାର ୮ମ ସନ୍ଧ୍ୟାରେ ‘ଆଜିର ଆହ୍ବାନ ଯୁବ ନେତୃତ୍ୱ’ ଶୀର୍ଷକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଥିଲା। ମନମୋହନ ସଙ୍ଗୀତ ପରିଷଦ ପରିସରରେ ଅନୁଷ୍ଠିତ ବହି ମେଳାର ଏହି ସନ୍ଧ୍ୟାରେ ସଭାପତିତ୍ୱ କରିଥିଲେ ଶାନ୍ତନୁ କୁମାର ରାଉତ। ଅନ୍ୟତମ ଅତିଥି ଭାବେ ଭଦ୍ରକ ଅଲିମ୍ପିକ ଆସୋସିଏଶନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ରାୟମହାପାତ୍ର, ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଓ ସାମାଜିକ କର୍ମୀ ସଞ୍ଜୀବ କୁମାର ମଲ୍ଲିକ, ଶହୀଦ ଭଗତ ସେନା ଆବାହକ ସୀତାଂଶୁ ମହାପାତ୍ର ଓ ଅଧ୍ୟାପକ ନାସିର ବକ୍ସ ଯୋଗ ଦେଇଥିଲେ। ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନୀଲ ମହାପାତ୍ର ଓ ଭଦ୍ରକର ସହକାରୀ ଜିଲାପାଳ ସୌମ୍ୟଶ୍ରୀ ପାଣିଗ୍ରାହୀ ମୁଖ୍ୟ ଓ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ରୋଟାରିଆନ ଅତିଶ ବେହେରା ପ୍ରାକ୍‌ ଭାଷଣ ପ୍ରଦାନ କରିଥିଲେ। ସାମାଜିକ କର୍ମୀ ସୁଧାକର ରାଉତ ଧନ୍ୟବାଦ ଦେଇଥିଲେ।

ଫୋଟୋ - http://v.duta.us/TzcYMQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ORU8oQAA

📲 Get Balasore News on Whatsapp 💬