[berahampur] - ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତି ଗୁରୁତର

  |   Berahampurnews

ଦାରିଙ୍ଗବାଡ଼ି, ୨୦।୧୨(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଡାମାହା ଛକରେ ଏକ ଅଜଣା ବ୍ୟକ୍ତି ବାଇକ୍‌ ଦୁର୍ଘଟଣାର ଶିକାର ହୋଇଛନ୍ତିା ତାଙ୍କୁ ସ୍ଥାନୀୟ ଲୋଲେ ଉଦ୍ଧାର କରି ଦାରିଙ୍ଗବାଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତିିା ଦୁର୍ଘଟଣାରେ ଗୁରୁତର ବ୍ୟକ୍ତି ଅଚେତ ଅବସ୍ଥାରେ ରହିଥିବାରୁ ସେ ନିଜେ ଦୁର୍ଘଟଣା ଘଟାଇଛନ୍ତିି ନା ଅନ୍ୟ କୌଣସି ଗାଡ଼ି ତାଙ୍କୁ ଧକ୍କାଦେଇ ଚାଲିଯାଇଛି ଜଣାପଡ଼ିବ ବୋଲି ଏଏସଆଇ ଆର.ଭିମୋରାଓ ରେଡ୍ଡି କହିଛନ୍ତି ା ପୋଲିସର ଏକ ଟିମ୍‌ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତି କରୁଛି ା ଦୁର୍ଘଟଣାଗ୍ରସ୍ତ ବାଇକକୁ ପୋଲିସ ଥାନାକୁ ଆଣିଛିା ପ୍ରକାଶ ଯେ, ବାଇକ୍‌ ନଂ( ଓଆର୦୭ଏଚ୍‌-୨୦୩୦)ଟି ଅଡାମାହାଠାରେ ଚୁରମାର୍‌ ହୋଇ ପଡ଼ିଥିବା ସହ ଅଜଣା ବ୍ୟକ୍ତି ରାସ୍ତା ଉପରେ ଅଚେତ ଅବସ୍ଥାରେ ପଡ଼ିଥିଲେ ତାଙ୍କୁ ସ୍ଥାନୀୟ ଲୋକ ଦୁର୍ଘଟଣା ହୋଇଥିବା ଆଶଙ୍କା କରି ସ୍ବାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଛନ୍ତିା ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବାରୁ ଡାକ୍ତର ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଛନ୍ତିା ଖବର ଲେଖିବା ସୁଦ୍ଧା ଆହତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁା...

ଫୋଟୋ - http://v.duta.us/QGq-SgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/vo0gbgAA

📲 Get Berahampur News on Whatsapp 💬