[berahampur] - ପେଥାଇ ପ୍ରଭାବ, ପ୍ରବଳ ଥଣ୍ଡାରେ ୫୭ ଗୋରୁ ମୃତ

  |   Berahampurnews

ଆସିକା,୨୦।୧୨(ଡି.ଏନ୍‌.ଏ.)-ଆସିକା ବ୍ଲକ ଅନ୍ତର୍ଗତ ବାଲିସିରା ପଞ୍ଚାୟତର ଲଣ୍ଡାଜୁଆଳି ଗ୍ରାମରେ ଏକ ଗାଈ କୁଅଁାରିରେ ଥିବା ୫୭ଟି ଗାଈ ଓ ବାଛୁରୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୫୩ଟି ବାଛୁରି ଓ ୪ଟି ଗାଈ ଅଛନ୍ତି। ଗ୍ରାମ ଠାରୁ ଅନତି ଦୂରରେ ଥିବା ଟାଙ୍ଗିରିଆ ପାହାଡ ତଳେ ଏକ ଖୋଲା ପଡିଆରେ ପଡିଥିବା ଗାଈ କୁଅଁାରିରେ ଏହି ଗାଈ ବାଛୁରୀ ଥିଲେ। ବର୍ତ୍ତମାନ ମଧ୍ୟ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଏହି ଗାଈ ଏହି କୁଅଁାରିରେ ଅଛନ୍ତି। ବର୍ତ୍ତମାନ ମଧ୍ୟ ବହୁ ଗାଈବାଛୁରି ଗୁରୁତର ଅସୁସ୍ଥ ଅବସ୍ଥାରେ ଅଛନ୍ତି। ଖବର ପାଇ ଆସିକା ପ୍ରାଣୀଧନ ଚିକିତ୍ସାଳୟର ଡାକ୍ତର ପ୍ରଭାତ କୁମାର ପରିଡା, ଡା. କୃପାସିନ୍ଧୁ ସ୍ବାଇଁ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ଚିକିତ୍ସା ଜାରି ରଖିଛନ୍ତି। ପେଥାଇ ଜନିତ ବର୍ଷା ଓ ପ୍ରବଳ ଥଣ୍ଡାପନବରେ ଖୋଲା ଆକାଶତଳେ ୨ଦିନ ଧରି ପଡି ରହିବା ପରେ ଏଭଳି ପରିସ୍ଥିତି ଦେଖା ଦେଇଛି। ଅତ୍ୟଧିକ ଥଣ୍ଡାଯୋଗୁ ନିମୋନିଆରେ ଆକ୍ରାନ୍ତ ହୋଇ ଗାଈବାଛୁରୀଙ୍କ ମୃତ୍ୟୁ ଘଟିଥିବା ପ୍ରାଣୀ ଚିକିତ୍ସକ ଡ. ପରିଡା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଆସିକା ବ୍ଲକର ଗୁଣ୍ଠପଡା ପଞ୍ଚାୟତ ଖଣ୍ଡବନ୍ଧ ଗ୍ରାମରେ ମଧ୍ୟ ଏକ ଗାଈ କୁଅଁାରିରେ ପ୍ରବଳ ଥଣ୍ଡା ଯୋଗୁ ୬ଟି ବାଛୁରୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଗାଈବାଛୁରୀଙ୍କ ଘଟଣାସ୍ଥଳରେ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଥିବା ବିଡିଓ ଗାୟତ୍ରୀଦତ୍ତ ନାୟକ ସୂଚନା ଦେଇଛନ୍ତି। ଘଟଣାସମ୍ପର୍କରେ ଗଞ୍ଜାମ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଆସିକା ତହସିଲଦାର ସୁବାସ ଚନ୍ଦ୍ର ସେଠିଆ ପ୍ରକାଶ କରିଛନ୍ତି।

ଫୋଟୋ - http://v.duta.us/ho3TdAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/vmqYQwAA

📲 Get Berahampur News on Whatsapp 💬