[berahampur] - ବ୍ୟାଙ୍କରେ ଗ୍ରାହକ ହଇରାଣ, ବିଦ୍ୟୁତ ସହ ଟ୍ରାଫିକ ମୁଖ୍ୟ ସମସ୍ୟା

  |   Berahampurnews

ଦାରିଙ୍ଗବାଡ଼ି, ୨୦।୨୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପରିସର ମଧ୍ୟରେ ଗୁରୁବାର ଆମ ପୋଲିସ ସମିତିର ମାସିକ ବୈଠକ ସହ ବଡ଼ଦିନ ପାଳନ ପାଇଁ ଶାନ୍ତିି କମିଟିର ବୈଠକ ଆଇଆଇସି ଅଲେଖ ଗରଡ଼ିଆଙ୍କ ଅଧ୍ୟକ୍ଷତାରେ ହୋଇଯାଇଛିା ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ଯାକବ ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ, ଏକଜୁଟିଭ ମାଜିଷ୍ଟେଟ ତଥା ତହସିଲଦାର ନିତିଶ ତ୍ରିପାଠୀ ଯୋଗଦେଇ ଚଳିତ ବଡ଼ଦିନ ଆସନ୍ତା ୨୪ରୁ ମଧ୍ୟରାତ୍ରଠାରୁ ପାଳନ କରାଯିବ ଏବଂ ୩୧ରେ ଜିରୋନାଇଟ ସହ ନୁତନ ବର୍ଷ ମଧ୍ୟ ବିଭିନ୍ନ ପ୍ରାର୍ଥନା ଗୃହ ସମେତ ଚର୍ଚ୍ଚଠାରେ ପାଳନ କରାଯିବାକୁ ରହିଛି। ଏହାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇପାରିବ ସେନେଇ ଅତିଥିମାନେ ଏବଂ ଅଧିକାରୀମାନେ ମତ ରଖିଥିଲୋ ସେହିପରି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ ବଣିକ ସଂଘ, ବିଭିନ୍ନ ଚର୍ଚ୍ଚର ଧର୍ମଯାଜକମାନେ ଯୋଗଦେଇ ନିଜ ମତ ପ୍ରକାଶ କରିଥିଲୋ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା, ଭାଇଚାରା, ସଦଭାବନା ନେଇ ଏହି ପର୍ବ ପାଳନ କରାଯିବ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଉପୁଜିଲେ ଶୀଘ୍ର ପୋଲିସ କିମ୍ବା ଏକଜୁଟିଭ ମାଜିଷ୍ଟେଟଙ୍କୁ ଅବଗତ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲାା ଥାନାର ସବ୍‌ଇନ୍ସପେକ୍ଟର ଚନ୍ଦ୍ରୀକା ସ୍ବାଇଁ, ଗୋପାଳ କୃଷ୍ଣ ଆଗୁପାତ୍ର, ଏଏସଆଇ ଆର.ଭିମୋରାଓ ରେଡ୍ଡି, ରାଇଟର ବିଦେଶୀ ବେହେରା, ହାବିଲଦାର ଗଜେନ୍ଦ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ା ବୈଠକରେ ଦାରିଙ୍ଗବାଡ଼ିରେ ବିଭିନ୍ନ ସଂପ୍ରଦାୟର ପର୍ବ ପାଳନ ବେଳେ ଦୁର୍ବୃତ୍ତମାନେ ବିଦ୍ୟୁତ ତାର ଉପରେ ଗଛ କାଟି ପକାଇ ବିଭ୍ରାଟ ସୃଷ୍ଟି କରୁଥିତ୍ବା ନଜିର ରହିଛି। ଏହା ଯେମିତି ପୁନରାବୃତ୍ତି ହେବ ନାହିଁ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାଗୃତି ସମ୍ପାଦକ କୈଳାଶ ଦଣ୍ଡପାଟଙ୍କ ସମେତ ଅନ୍ୟମାନେ ପ୍ରଶାସନକୁ ପରାମର୍ଶ ଦେଇଥିଲୋ ସେହିପରି ଦାରିଙ୍ଗବାଡ଼ି ସହରରେ ଅଟୋଚାଳକମାନେ ବେପରୁଆ ଚାଳନା କରୁଥିବାରୁ ପୋଲିସ ଏହାର ଦୃଢ଼ ପଦକ୍ଷେପ ନେବାକୁ ଦାବି କରାଯିବା ସହ ଅଞ୍ଚଳରେ ଚୋରାମଦ କାରବାରକୁ ରୋକିବା ପାଇଁ ପୋରଲିସ ଆହୁରି ଅଧିକା ପଦକ୍ଷେପ ନେବାକୁ ବୈଠକରେ ନିବେଦନ କରାଯାଇଥିଲାା ସେହିପରି ଏବେ ବଡ଼ଦିନ ପାଳନ ଯୋଗୁ ଖ୍ରୀଷ୍ଟ ସଂପ୍ରଦାୟର ଲୋକ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତିି ସେପଟେ ବ୍ୟାଙ୍କ ଏଟିଏମରେ ଟଙ୍କା ନ ଥିବାବେଳେ ବ୍ୟାଙ୍କରେ ମଧ୍ୟ ଅନେକ ସମୟରେ ଟଙ୍କା ନଥାଉଛି ଫଳରେ ଗରିବ ଲୋକ ଏହି ପର୍ବ ପାଳନ ପାଇଁ ଆବଶ୍ୟକ ଜରୁରୀ ସମାଗ୍ରୀ ସମେତ ପୋଷାକ କିଣିବାରେ ସମସ୍ୟା ଦେଖାଯାଉଛି ଏହାର ସମାଧାନ ପାଇଁ ପ୍ରଶାସନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଲୋକେ ନିବେଦନ କରିଥିଲୋ ଏଥିରେ ପୋଲିସ ପକ୍ଷରୁ ବ୍ୟାଙ୍କ ସମେତ ବିଦ୍ୟୁତ ବିଭାଗକୁ ଚିଠି ଲେଖାଯାଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ଅଲେଖ ଗରଡ଼ିଆ କହିଛନ୍ତିିା

ଫୋଟୋ - http://v.duta.us/hIKYTwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/yYoQ-AAA

📲 Get Berahampur News on Whatsapp 💬