[rayagada] - ଖ୍ରୀଷ୍ଟଜନ୍ମ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

  |   Rayagadanews

କୋରାପୁଟ,୨୦।୧୨(ସ୍ବ.ପ୍ର.) ସାମୂହିକ ମଣ୍ଡଳୀ ଖ୍ରୀଷ୍ଟଜନ୍ମ ପର୍ବ ପାଇଁ କୋରାପୁଟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ତଥା ଖ୍ରୀଷ୍ଟମାସ କାର୍ନିଭାଲ ଅନୁଷ୍ଠିତ ହୋଇଛି । କୋରାପୁଟ ସହର ମଣ୍ଡଳୀ ଓ ଆଖପାଖ ଅଞ୍ଚଳର ଶତାଧିକ ଖ୍ରୀଷ୍ଟ ସଂପ୍ରଦାୟର ଭାଇ ଭଉଣୀଙ୍କ ଉପସ୍ଥିତିରେ ସ୍ଥାନୀୟ ଜେଇଏଲ ଚର୍ଚ୍ଚରେ ପ୍ରାର୍ଥନା ଆୟୋଜିତ ହୋଇଥିଲା। ପରେ ସେଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ଶତାଧିକ ଲୋକେ ସାନ୍ତାକ୍ରୁଶ୍‌ ବେଶରେ ରହିବା ସହ ଦୁଇଟି ଗାଡ଼ିରେ ଖ୍ରୀଷ୍ଟମାସ ଟ୍ରି ପରିକ୍ରମା କରିଥିଲା। ଜେଇଏଲ୍‌ସି ଖ୍ରୀଷ୍ଟିୟ ପଞ୍ଚାୟତର ସଭାପତି ସୁନିଲ ଚାନ୍ଦ ଖୋସ୍ଲା ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ଅମିତ ଖୋସ୍ଲା, ସଂପାଦକ ଅବିନାଶ ହିଆଲ, କୋଷାଧ୍ୟକ୍ଷ ଅମିର ଚେଟ୍ଟିଙ୍କ ସମେତ ସ୍ତ୍ରୀ ସମାଜର ସଦସ୍ୟା, ବରିଷ୍ଠ ଖ୍ରୀଷ୍ଟ ସଂଘ, ଯୁବ ବର୍ଗ ଓ ଛାତ୍ରୀଛାତ୍ର ଏଥିରେ ସାମିଲ ହୋଇଥିଲେ। ବଡ଼ଦିନ ଓ ନବବର୍ଷ ପାଇଁ ଖ୍ରୀଷ୍ଟିୟ ପଞ୍ଚାୟତ ପକ୍ଷରୁ ଆସନ୍ତା ୨୪ରୁ ଜାନୁଆରୀ ୨ ପର୍ଯ୍ୟନ୍ତ କୋରାପୁଟ ଜିଲାର ସର୍ବପୁରାତନ ଗିର୍ଜାଗୃହରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି କମିଟି କହିଛି।

ଫୋଟୋ - http://v.duta.us/CprecAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/qU2ZHQAA

📲 Get Rayagada News on Whatsapp 💬