[rayagada] - ମାଓବାଦୀଙ୍କ ବର୍ବରତା ବଦଳାଇ ଦେଲା ଜୀବନଧାରା: ପୋଲିସ କନଷ୍ଟେବଳରୁ ପ୍ରଶାସନିକ ଅଧିକାରୀ

  |   Rayagadanews

ମାଲକାନଗିରି,୨୦।୧୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଆଉ ଜଣେ ଆଦିବାସୀ ଯୁବକ ନିଜ ପ୍ରତିଭା ଓ ଅଧ୍ୟବସାୟ ବଳରେ ସୁନାମ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ନୀଳାଦ୍ରି ବିହାରୀ ଦାଢିଆ । ପୋଲିସ ବିଭାଗରେ ଚାକିରି କରିଥିବା ନୀଳାଦ୍ରି ପ୍ରଶାସନିକ ଅଧିକାରୀ ହୋଇପାରିଛନ୍ତି। ସେ ଓଏଏସ ପାଇଛନ୍ତି। ଯାହା ମାଲକାନଗିରି ଜିଲା ପାଇଁ ଗୌରବ ଆଣି ଦେଇଛି। ନୀଳାଦ୍ରିଙ୍କ ବାପା ଧନୁ ଦାଢିଆ ଶିକ୍ଷକତା କରନ୍ତି। ବାପାଙ୍କ ସ୍ବଳ୍ପ ବେତନରେ ୪ଭଉଣୀଭାଇଙ୍କୁ ନେଇ ତାଙ୍କ ପରିବାର ବଡ କଷ୍ଟରେ ଚଳେ। ସେ ମାଲକାନଗିରି ଚିଦାନନ୍ଦ ପ୍ରାଥମିକ ବିଦ୍ୟାଳୟ, ବିବିଗୁଡା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢି କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିଥିଲେ। ବ୍ରହ୍ମପୁରରେ ମେକାନିକାଲ୍‌ ଡିପ୍ଲୋମା କରି ଆର୍ଥତ୍କ ଅଭାବରୁ ଅଧାରୁ ପାଠ ଛାଡି ୨୦୦୨ରେ କନଷ୍ଟେବଳ ଭାବେ ପରୀକ୍ଷା ଦେଇ ନିଯୁକ୍ତି ପାଇଥିଲେ ା ପରେ ସେ ଇଗ୍ନୋ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରୀ ହାସଲ କରି ଏଏସ୍‌ଆଇକୁ ପଦୋନ୍ନତି ପାଇଥିଲେ। ଏବେ ସେ ଭୁବନେଶ୍ୱରରେ ଓଡ଼ିଶା ପୋଲିସର ଭିଆଇପି ସୁରକ୍ଷା ଓ୍ବିଙ୍ଗ୍‌ରେ କାର୍ଯ୍ୟ କରୁଛନ୍ତି। ୨୦୦୮ରେ ସେ ଏସ୍‌ଓଜି ବାହିନୀରେ କାର୍ଯ୍ୟ କରୁଥିବା ବେଳେ ନିଜ ଆଖି ସାମନାରେ ପ୍ରାୟ ୧୭ ଜଣ ସହକର୍ମୀଙ୍କ ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ପୋରଣରେ ମୃତ୍ୟୁ ଘଟିବା ଦେଖି ତାଙ୍କ ମନରେ ପରିବର୍ତ୍ତନ ଆସିଥିଲା। ଏଏସ୍‌ଆଇ ଭାବେ ନୁହେଁ ସରକାରଙ୍କ କୌଣସି ଉଚ୍ଚପଦବୀରେ ରହି କାର୍ଯ୍ୟ କଲେ ମାଓବାଦୀଙ୍କୁ ଦମନ କରିହେବ ଚିନ୍ତା କରି ପ୍ରସ୍ତୁତି ଆରମ୍ଭ କରିଥିଲେ ନୀଳାଦ୍ରି। ୩ଥର ଅକୃତକାର୍ଯ୍ୟ ହେବା ପରେ ତାଙ୍କୁ ୪ର୍ଥ ଥରରେ ସଫଳତା ମିଳିଛି। ସରକାର ଗରିବଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏସବୁ କାର୍ଯ୍ୟକାରୀ ହୋଇପାରୁନାହିଁ। ଏଥିପାଇଁ ସଚେତନତାର ଅଭାବ ରହିଛି। ସାଧାରଣ ଲୋକେ କିଭଳି ମୌଳିକ ସୁବିଧା ସୁଯୋଗ ପାଇପାରିବେ,ଯେଉଁମାନେ ମାଓବାଦୀ ସଙ୍ଗଠନରେ ରହି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ଫୋଟୋ - http://v.duta.us/FVDMNgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/gGQoEQAA

📲 Get Rayagada News on Whatsapp 💬