[rayagada] - ମଣ୍ଡି ଖୋଲିବା ବିଳମ୍ବ: ଆନ୍ଧ୍ରକୁ ଚାଲାଣ ହେଉଛି ଧାନ

  |   Rayagadanews

କାଶୀନଗର୨୦।୧୨(ଡି.ଏନ.ଏ.)-ଗଜପତି ଜିଲା କାଶୀନଗର ବ୍ଲକରେ ଏପର୍ଯ୍ୟନ୍ତ ଧାନମଣ୍ଡି ଖୋଲାଯାଇନାହିଁ। ଏଥିଯୋଗୁ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଏହାର ଫାଇଦା ଉଠାଉଛନ୍ତି ଆନ୍ଧ୍ରର ବେପାରୀ। ସେମାନେ କମ୍‌ ଦରରେ କାଶୀନଗର ବ୍ଲକର ଚାଷୀଙ୍କଠାରୁ ଧାନ କିଣି ନେଉଛନ୍ତି। ଫଳରେ ଧାନର ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ପ୍ରଥମେ ସାମୁଦ୍ରିକ ଝଡ ‘ତିତ୍‌ଲି’ ଓ ପରେ ‘ପାଥେଇ’ ପ୍ରଭାବରେ ବର୍ଷାପବନ ଯୋଗୁ କାଶୀନଗର ବ୍ଲକରେ ଧାନ ଫସଲ କ୍ଷତିଗ୍ରସ୍ତ ହେବା ସହ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି। ସେହିପରି ମଣ୍ଡି ଖୋଲାଯାଇ ନ ଥିବାବେଳେ ଯାହାକିଛି ଧାନ ଅମଳ ହୋଇଛି ତାହା ନଷ୍ଟ ହୋଇଯିବା ଆଶଙ୍କାରେ ଚାଷୀମାନେ ସରକାରୀ ଧାର୍ଯ୍ୟ ଦରଠାରୁ କମ୍‌ ଦରରେ ଆନ୍ଧ୍ର ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ପ୍ରତିଦିନ ଟ୍ରକ ଯୋଗେ ହାଡୁଭାଙ୍ଗିରୁ ଧାନ ବୁହାଚାଲିଛି। ଗୋଷ୍ଠୀ ଖଳା ଓ ଶସ୍ୟ ସାଇତି ରଖିବା ପାଇଁ ସ୍ଥାନାଭାବ ଯୋଗୁ କେତେକ ଜମିରେ ଧାନ କଟାହୋଇ ପଡିରହିଛି। ବର୍ଷାରେ ସେହି ଧାନ ଭିଜି ଗଜା ହେବା ଆଶଙ୍କା ଦେଖାଦେଇଛି। ଚଳିତ ମାସ ସୁଦ୍ଧା କାଶୀନଗର ଏନ୍‌ଏସି ଓ ସମସ୍ତ ୧୬ଟି ସମବାୟ ସମିତିରେ ମଣ୍ଡି ଖୋଲାଯିବାକୁ ଜିଲା ପ୍ରଶାସନ ଘୋଷଣା କରିଥିଲା। କିନ୍ତୁ ଏହି ଘୋଷଣା ପାଣିର ଗାର ପାଲଟିଛି। ତୁରନ୍ତ ମଣ୍ଡି ଖୋଲା ନ ଗଲେ ଚାଷୀମାନେ ଆନ୍ଧ୍ର ବେପାରୀଙ୍କ ହାତରେ ସବୁ ଅମଳ ଧାନ ଟେକି ଦେବେ ବୋଲି ରଇତ ସଂଘ ସଭାପତି ସୁବାସ ବିଶ୍ୱସରାୟ ଏବଂ ଉପଦେଷ୍ଟା ତଥା ନାଗରିକ ମଞ୍ଚ ସଭାପତି ପ୍ରଶାନ୍ତ ମିଶ୍ର ଚେତାବନୀ ଦେଇଛନ୍ତି। ଏଥିସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମଧ୍ୟ କହିଛନ୍ତି।...

ଫୋଟୋ - http://v.duta.us/GbhkQQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/uQdcWgAA

📲 Get Rayagada News on Whatsapp 💬